News
WhatsApp Image 2023-10-04 at 17.25.00
samparksetu

ଆଧାର ନଥିବାରୁ ମିଳୁନି ରାଶନ ସାମଗ୍ରୀ ; ଅସହାୟ ରେ ୭ ଆଦିବାସୀ ପରିବାର

ପରିଚୟପତ୍ର କହିଲେ ତାଙ୍କ ପାଖରେ ଭୋଟର ପରିଚୟ ପତ୍ର ଅଛି ହେଲେ ନା ତାଙ୍କର ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ମିଳୁଛି ସରକାରୀ ସହାୟତା! ଭୋଟ ହାତେଇବାକୁ କିଏ ଜଣେ ତାଙ୍କ ପରିବାରର ଭୋଟର ପରିଚୟପତ୍ର କରାଇ ଦେଇଛନ୍ତି ଆଉ ତା ସହ ପୁଳାଏ ମିଛ ପ୍ରତିଶ୍ରୁତି ଦେଇଥିଲେ।

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମରେ କୁଡିଆ କରି ରହୁଛନ୍ତି। ବୃତ୍ତିରୁ ସେମାନେ ଜନଜାତି ସମ୍ପ୍ରଦାୟର ବୋଲି ଅନୁମାନ। ଏମିତି ଜଣେ ଅଲୋଡା ନାଗରିକ ହେଉଛନ୍ତି ରାମ ପଧାନ ଓ ତାଙ୍କ ତିନି ପୁଅଙ୍କ ପରିବାର।

ଖଜୁରୀ ପାଲୁଅ ରେ ଝାଡୁ ତିଆରି କରିବା, ଘୁଡକି ବାଜା ବଜାଇ ଲୋକଙ୍କୁ ମନୋରଞ୍ଜନ କରିବା ଦ୍ୱାରା ଯାହା କିଛି ରୋଜଗାର କରନ୍ତି ସମସ୍ତଙ୍କ ପେଟ ପୁରାଇବା ଅସମ୍ଭବ ମନେହୁଏ। ଗାଁ ଗାଁ ବୁଲି ଯାହା କିଛି ମିଳିଯାଏ କଷ୍ଟରେ ବଞ୍ଚିଛନ୍ତି। ଶିକ୍ଷାର ମାନେ କ’ଣ ବୁଝି ନାହାଁନ୍ତି। ନାତି ନାତୁଣୀ କେତେ ଜଣ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି।

ଆମେ ତାଙ୍କୁ ଆଧାର କାର୍ଡ କରିବା ପାଇଁ କହିବାରୁ ପାଖରେ ଟଙ୍କା ନାହିଁ କେମିତି କରିବୁ ବୋଲି ଉତ୍ତର ଦେଇଥିଲେ। ଛୋଟ ଛୁଆଙ୍କୁ ମିଶାଇ ପରିବାର ସଦସ୍ୟ ସଂଖ୍ୟା ୧୫ରୁ ଅଧିକ।

ବିଡମ୍ବନାର ବିଷୟ ଆମେ ତାଙ୍କର ପରିଚୟପତ୍ର ତଦାରଖ ବେଳେ ଜାଣିବାକୁ ପାଇଲୁ ସରପଞ୍ଚଙ୍କ ଦ୍ବାରା ୨୦୧୯ ମସିହାରେ ରେସିଡେନସିଆଲ ଓ କ୍ଯାରେକ୍ଟର ସାର୍ଟିଫିକେଟ ପ୍ରଦାନ କରାଯାଇ ଅଛି ହେଲେ ସେମାନେ ଆଜି ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରି ନାହାଁନ୍ତି। ଭୋଟର ପରିଚୟପତ୍ର ଅଛି ଆଧାର କାର୍ଡ ନଥିବାରୁ ରାସନ୍ ମିଳୁ ନାହିଁ ବୋଲି ଦୁଃଖର ସହ ଆମକୁ କହିଲେ। ଭୋଟର ପରିଚୟପତ୍ର ବିନା ଭୋଟ ଦେଇ ହେବ ନାହିଁ ତେଣୁ ସେମାନଙ୍କ ଭୋଟର ପରିଚୟପତ୍ର କରି ଦିଆଯାଇଛି। ଆଧାର କାର୍ଡର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ, ତେଣୁ ଆଧାର କାର୍ଡ ପାଇଁ କାହାର ଚିନ୍ତା ନାହିଁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ପ୍ରଶାସନକୁ ନିବେଦନ ଏହି ପରିବାରକୁ ଜମି ପଟ୍ଟା ସହ ବାସଗୃହ, ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଓ ଛୋଟ ଛୋଟ ପିଲାମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷା ଯୋଗାଇ ଦିଆଯାଉ। ନଚେତ୍ ଆଗାମୀ ଦିନରେ ଏମାନେ ବିପଥଗାମୀ ହେବା ସ୍ବାଭାବିକ।

ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ଆମେ ଯୋଗାଯୋଗ କରିବାରୁ ସେ କୁହନ୍ତି ସେମାନେ ଯାଯାବର ହୋଇଥିବାର ତାଙ୍କର ଆଧାର ଏବଂ ଆବାସ ମିଳି ପାରିନି କିନ୍ତୁ ଏନେକ ବର୍ଷ ଆମ ପଞ୍ଚାୟତ ରେ ସେମାନେ ରହୁଛନ୍ତି ତେଣୁ ଖୁବ ଶୀଘ୍ର ତାଙ୍କର ଆଧାର ପରିଚିୟ ପତ୍ର ବନାଇବାକୁ ମୁଁ ଚେଷ୍ଟା କରିବି ।

new life
You might also like
error: Content is protected !!