News
WhatsApp Image 2023-10-04 at 17.25.00
samparksetu

ଭାରତୀୟ ମଜଦୂର ସଂଘର ବୈଠକ

ଆଜି ଢେଙ୍କାନାଳ ଜିଲ୍ଲା ର ଭାରତୀୟ ମଜଦୂର ସଂଘର ଅଲ୍ ଓଡିଶା ମହିଳା ଅଙ୍ଗନୱାଡ଼ି ୱାର୍କର ଆସୋସିଏସନ୍ ର ବୈଠକ ଢେଙ୍କାନାଳ ସ୍ଥିତ ବଳରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ଓଡ଼ିଶା ମହିଳା ଆସୋସିଏସନ୍ ର ସଭାପତି ସୁମିତ୍ରା ମହାପାତ୍ର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପ୍ରଭାରୀ ସଞ୍ଜୟ ଦେହୁରୀ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଆଜି ବୈଠକ ରେ ଜିଲ୍ଲା ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲା ବେଳେ ସରକାର ସେମାନଙ୍କ ଉପରେ ବୈମାତୃକ ମନୋଭାବ , ସରକାରୀ ମାନ୍ୟତା , ଦରମା ବୃଦ୍ଧି ଉପରେ ପୁଙ୍ଖନୁ ପୁଙ୍ଖ୍ ଭାବରେ ଆଲୋଚନା କରିଥିଲେ ।

ଏପରିକି ଭୁବନ ସିଡିପିଓ ତାଙ୍କ ବ୍ଲକରେ ଥିବା ୨୭୭ ଟି କେନ୍ଦ୍ର ରୁ ପ୍ରତ୍ୟେକ ଠାରୁ ସୁପର ଭାଇଜ ର ଙ୍କ ମାଧ୍ୟମ ରେ ଜୋର୍ ଜବରଦସ୍ତ ଆଉ ଭୟ ଦେଖାଇ ୪୦୦୦(ଚାରି ହଜାର ଟଙ୍କା) ଲେଖାଏଁ ଆଦାୟ କରୁଛନ୍ତି । ସବୁ କର୍ମୀ ଏଥିରେ ଭୟଭୀତ ଥାଇ ଏହି ବିଷୟରେ ସଂଘ କୁ ଅବଗତ କରିଥିଲେ । ଏହି ୨ ଦିନ ଭିତରେ ସଂଘ ର ପ୍ରତିନିଧି ମଣ୍ଡଳ ସେଠାକୁ ଯାଇ ଏହାକୁ ତଦାରଖ କରିସାରିଲା ପରେ ଏହି ବିଷୟ ନେଇ ଲ ଉପଜିଲ୍ଲାପାଳ, ଆଉ ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି ନେତୃତ୍ୱ ମାନେ ମତବ୍ୟକ୍ତ କରିଥିଲେ।

ଆଜି ବୈଠକ ରେ ଜିଲ୍ଲା କମିଟି ଘୋଷଣା କରାଯାଇଥିଲା । ସଭାପତି ଭାବେ ପଙ୍କଜିନି ପଣ୍ଡା, ଉପ ସଭା ପତି ଶାନ୍ତିଲତା ଶତପଥୀ, ସମ୍ପାଦିକା ମାନସୀ ମହାପାତ୍ର, କୋଷାଧ୍ୟକ୍ଷ ସ୍ୱର୍ଣ୍ଣପ୍ରଭ। ମିଶ୍ର, ଉପ ସମ୍ପାଦିକା ସୀମାରଣି ରାଉତ, ଉପଦେଷ୍ଟା ଭାବେ ପାର୍ବତୀ ରାଉତ କୁ ଚୟନ କରାଯିବ। ସହିତ ଶ୍ରୀମତୀ ରାଉତ ଙ୍କୁ ତାଙ୍କର ଅବଦାନ ପାଇଁ ତାଙ୍କୁ ସଂଘ ତରଫ ରୁ ଉପଢୌକନ ପ୍ରଦାନ କରାଯାଇଥିଲା । ଆଗାମୀ ନଭେମ୍ବର ମାସର ସଂଘ ତରଫ ରୁ ହେବାକୁ ଥିବା ଆନ୍ଦୋଳନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

new life
You might also like
error: Content is protected !!