ଆଜି ସକାଳ ୬ ଟା ସମୟରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କପିସାହିରେ ଏକ ୫ ରୁ ୧୦ ବର୍ଷୀୟ ହାତୀ ଟିଏ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବାର ଦେଖାଦେଇଥିଲା ।
ପରେପରେ ଚିକିତ୍ସା ନିମନ୍ତେ ହାତୀଟିକୁ ହିନ୍ଦୋଳ ସ୍ଥିତ ପଶୁ ଚିକିତ୍ସାଳୟ କୁ ଅଣାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିଲା । ସଂକ୍ରମଣ ଘଟି ରକ୍ତହୀନତା ଯୋଗୁଁ ହାତୀଟି ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ବେଳେ ।
ଶବ ବ୍ୟବଚ୍ଛେଦ କରାଯାଇ ଟେଷ୍ଟ ନିମନ୍ତେ ଓୟୁଏଟି କୁ ପଠାଯାଇଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।