News
WhatsApp Image 2023-10-04 at 17.25.00
samparksetu

ଗଞ୍ଜରା ଗ୍ରାମରେ ଅଘଟଣ, ଦନ୍ତା ଆକ୍ରମଣରେ ନିରଞ୍ଜନ ସାହୁଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷର ଲଢେଇ ଉପର ମୁହାଁ । କେତେବଳେ କ୍ଷେତ ନଷ୍ଟ ତ କେତେବେଳେ ଜୀବନ । ବିଗତ କିଛି ଦିନ ହେବ ଶସ୍ୟ ଖାଇଵାକୁ ଯାଇ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରଵ ଦେଖା ଦେଇଛି । ତେଣୁ ବିଭିନ୍ନ ସମ୍ୱୟରେ କିଛି ନା କିଛି ଅଘଟଣ ଘଟି ଚାଲିଛି ।

ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଗଞ୍ଜରା ଗ୍ରାମରେ । ଶୌଚ ହେବାକୁ ଯାଇଥିଵା ବେଳେ ଦନ୍ତା ଆକ୍ରମଣ ର ଶିକାର ହୋଇଛନ୍ତି ସେହି ଗ୍ରାମର ଜଣେ ବ୍ୟକ୍ତି । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

ସୂଚନା ଅନୁଯାୟୀ ଗଞ୍ଜରା ଗ୍ରାମର ରାଜୀବ ସାହୁଙ୍କ ପୁଅ ନିରଞ୍ଜନ ସାହୁ (୬୫) ଆଜି ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ଏକ ଗୋଟିକିଆ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ । ଦନ୍ତାଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

new life
You might also like
error: Content is protected !!