News
WhatsApp Image 2023-10-04 at 17.25.00
samparksetu

ବିବାହ ବାର୍ଷିକୀ ରେ ବାଣ୍ଟିଲେ ଶୁଖିଲା ଖାଦ୍ୟ ଓ ବସ୍ତ୍ର

ଢେଙ୍କାନାଳ ସଦର ମଙ୍ଗଳପୁର ନିବାସୀ ଅବସରପ୍ରାପ୍ତ ପୌରକର୍ମଚାରୀ ତଥା ସମାଜସେବୀ ଶ୍ରୀ ପୁରୁଷୋତ୍ତମ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରତ୍ନପ୍ରଭା ସାହୁ ଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ ଅବସରରେ ।

ମଙ୍ଗଳପୁର ମଜୁରୀ ଯୁଆଙ୍ଗ ସାହି ଓ ଶବର ସାହି ରେ ସମସ୍ତ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଓ ବସ୍ତିର ଅନ୍ତୋବାସୀ ମାନଙ୍କୁ ନୂତନ ଧୋତୀ ଓ ଶାଢ଼ୀ ପ୍ରଦାନ କରିଥିଲେ ।

ଏହା ବ୍ୟତିତ କରୋନା ମହାମାରୀ ର ଅନ୍ତନିମନ୍ତେ ଓ ସମାଜ ର ମଙ୍ଗଳ କଲ୍ୟାଣ ପାଇଁ ଗ୍ରାମରେ ଥିବା ଦେବଦେବୀ ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ତାଙ୍କର ପୁତ୍ର ପ୍ରକାଶ, ପୁତ୍ର ବଧୂ କୁମୁଦିନୀ, ଜ୍ୱାଇଁ ସନ୍ତୋଷ, ବସନ୍ତ, ଝିଅ ପୁଷ୍ପାଞ୍ଜଳି, ଶ୍ରଦ୍ଧାଞ୍ଜଳି, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ ଓ ଗ୍ରାମର ବଲ୍ଳଭ ଚନ୍ଦ୍ର ଦାସ, ଜଳନ୍ଧର ସାହୁ, କୀର୍ତ୍ତିଚନ୍ଦ୍ର ଦାଶ, ବୀରବର ନାଏକ ଓ ସମାଜ ସେବୀ ବଦ୍ରୀନାଥ ବରାଳ ପ୍ରମୁଖ ସହଯୋଗ କରିଥିଲେ l

new life
You might also like
error: Content is protected !!