News
WhatsApp Image 2023-10-04 at 17.25.00
samparksetu

ମଙ୍ଗଳପୁର ଗ୍ରାମର ନିତିଦିନିଆ ରାସ୍ତା ଶୋଚନୀୟ ; ୧୦କିମି ବୁଲିକି ଗଲେ ଚିକିତ୍ସାଳୟ

ସହର ନିକଟରେ ଥାଇ ବି ହଜାର ହଜାର ଲୋକ ରାସ୍ତା ପାଇଁ ଦଶ କିଲୋମିଟର ରାସ୍ତା ବୁଲିକି ଯିବା ଘଟଣା ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି।ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ।ସହର ଠାରୁ ମାତ୍ର ପାଞ୍ଚ କିଲୋମିଟର।

କିନ୍ତୁ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଗ୍ରାମବାସୀ ମାନେ ପ୍ରତ୍ୟହ ନରଣପୁର ସ୍କୁଲ ପାଖ ଦେଇ ଯାତାୟାତ କରିଥାନ୍ତି। ସକାଳ ପହିଲେ କାମ ପାଇଁ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଚିକିତ୍ସାଳୟକୁ ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡେ।ଅସୁସ୍ଥ, ଗର୍ଭବତୀ ମହିଳାଙ୍କ ସହିତ ବୃଦ୍ଧ ବୃଦ୍ଧା ବି ଯାତାୟାତ କରନ୍ତି।କୌଣସି ଗୁରୁତର ରୋଗୀଙ୍କୁ ଚିକିତ୍ସାଲୟ ନେବାକୁ ହେଲେ ୧୦୮ ଆମ୍ବୁଲାନ୍ସ ଯିବା ବି କଷ୍ଟ କର ହୋଇପଡେ।

ଫଳରେ ଅନ୍ୟ ଗ୍ରାମ ଦେଇ ଦଶ କିଲୋମିଟର ରାସ୍ତା ବୁଲିକି ଗ୍ରାମବାସୀ ଙ୍କୁ ଯିବାକୁ ପଡୁଛି।ବଡ଼ ଗାଡି କଥା ଛାଡ ଛୋଟ ଗାଡି କି ସାଇକେଲରେ ଯିବା ସହଜ ହେଉନାହିଁ। ରାସ୍ତା ପାଇଁ ବାଧକ ସାଜିଛି ଡ୍ରେନ।ଡ୍ରେନ ନଥିବାରୁ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଲହଡି ଖେଳୁଛି।ବର୍ଷା ପାଣି ଓ ପଚ ପଚ କାଦୁଅ ଅବସ୍ଥା ବେହାଲ କରି ଦେଇଛି।ଡ୍ରେନ କାମ ଦୀର୍ଘ ଛଅ ମାସ ବନ୍ଦ ପଡିଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି।

କିନ୍ତୁ ଶେଷ ହେବାର ନାଁ ଧରୁନି।ସରପଞ୍ଚ କହିଛନ୍ତି କାମ ଆରମ୍ଭ ହେବ। ଏସବୁ ଭିତରେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

new life
You might also like
error: Content is protected !!