News
WhatsApp Image 2023-10-04 at 17.25.00
samparksetu

ପୁନରୁଦ୍ଧାର ଅପେକ୍ଷାରେ ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର

ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌। ତେବେ ପରିଚାଳନାଗତ ଅବ୍ୟବସ୍ଥା ହେତୁ ଏବେ ଏହା ପରିତ୍ୟକ୍ତ। ଏହାର ନିର୍ମାଣରେ ବ୍ୟୟ ହୋଇଥିବା ପ୍ରାୟ ୧୦ କୋଟି ଟଙ୍କା ପାଣିରେ ପଡ଼ିଛି। ଏହାର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ହୋଇଥିଲା ।

ଜିଲ୍ଲାର ଆମ୍ବ ଓ ପରିବା ଚାଷୀଙ୍କ ସୁବିଧା ପାଇଁ ୨୦୧୩ ମସିହାରେ ଉଦ୍ୟାନ କୃଷି ବିଭାଗ ଏବଂ ଚାଷୀଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ ପିପିପି ମୋଡ୍‌ରେ ଗୋବିନ୍ଦପୁର ନିକଟ ୫୫ନଂ. ଜାତୀୟ ରାଜପଥ ଏହି କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୪ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ୨ ବର୍ଷ ପରେ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଛି।

ରକ୍ଷଣାବେକ୍ଷଣ ଅଭାବରୁ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲଟାବୁଦାରେ ଭର୍ତ୍ତି ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାରଟିଏ ନ ଥିବାବେଳେ ପନିପରିବା ଏହି କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌ ଉତ୍ପାଦିତ ଫସଲର ସଂରକ୍ଷଣ ଲାଗି ଆଶା ସଞ୍ଚାର କରିଥିଲା। ତେବେ ଏହି ଆଶା ଅଧୁରା ରହି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ପ୍ରତିବର୍ଷ ଆମ୍ବ ଉତ୍ପାଦନ ପୂର୍ବରୁ ‘ମ୍ୟାଙ୍ଗୋ ହବ୍‌’ ପୁନରୁଦ୍ଧାର ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଜିଲା ପ୍ରଶାସନ, ଉଦ୍ୟାନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତରିକତା ପ୍ରକାଶ ପାଉନାହିଁ, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏ ସଂକ୍ରାନ୍ତରେ ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲୋକନାଥ ଜେନା କୁହନ୍ତି, ମ୍ୟାଙ୍ଗୋ ହବ୍‌ ପୁନରୁଦ୍ଧାର ପାଇଁ ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି।

new life
You might also like
error: Content is protected !!