News
WhatsApp Image 2023-10-04 at 17.25.00
samparksetu

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସେହି ଗ୍ରାମର ଭ୍ରମର ସାହୁ ଙ୍କ ସାନପୁଅ ବେଣୁଧର ସାହୁ କାମାକ୍ଷାନଗର ଥାନା ଅନ୍ତର୍ଗତ ରାଙ୍କୀଆ ଗ୍ରାମର ଦେବଜାନୀ ସାହୁଙ୍କୁ ୩ ବର୍ଷ ପୂର୍ବେ ବିବାହ କରିଥିଲେ ।

ବେଣୁଧର ଏକ ବେସରକାରୀ କମ୍ପାନୀ ରେ କାମ କରୁଥିବା ବେଳେ କୌଣସି ଏକ ଦୁର୍ଘଟଣା ଘଟି ତାଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ ବିଗତ ୨ ବର୍ଷ ହେବ ସିଏ ଘରେ ରହି ଆସୁଥିଲେ । ତେବେ ବିଭିନ୍ନ ସମୟରେ ପାରବାରିକ କଳହ ଲାଗିରହିଥାଏ । ଆଜି ସନ୍ଧ୍ୟାରେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗିଥିଲା, ତେବେ ବଚସା ପରେପରେ ତୀବ୍ର ରୂପ ନେଇଥିଲା । ବଚସାରେ ଉତକ୍ଷିପ୍ତ ହୋଇ ଦେବଜାନୀ ବେକରେ ରସି ଲଗାଇ ଦେଇଥିଲେ ।

ତେବେ ତାଙ୍କୁ ଜିରାଳ ଡାକ୍ତରଖାନା କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!