News
WhatsApp Image 2023-10-04 at 17.25.00
samparksetu

ମାର୍ଥାପୁର ଡାକ ଘରକୁ ଡିଜିଟାଲାଇଜେସନ

ସୁବିଧା ଆଳ ଦେଖାଇ ଡାକଘରଟିକୁ ଉଠାଇନେବାକୁ ଚକ୍ରାନ୍ତ ଶେଷରେ ପଣ୍ଡ ହୋଇଛି । ଦୀର୍ଘ ଶହେ ବର୍ଷର ଡାକଘର ପୁଣି ମାର୍ଥାପୁରରୁ ନୁତନ ରୂପରେ ନୁତନ ଢଙ୍ଗରେ ଚାଲିବା ଆରମ୍ଭ ହୋଇଛି । କୋର ବ୍ୟାଙ୍କିଙ୍ଗର ଉଦଘାଟନ ଉତ୍ସବରେ ସ୍ଥାନୀୟ ଉପ ଡାକମାଷ୍ଟର ଟୁକୁନା ସାହୁଙ୍କ ଅଧକ୍ଷତାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଡାକ ସୁପରିଟେ ଜଗଦିଶ ଦାସ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ନିର୍ମଳ ଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା, ଗାଁ ସଭାପତି ମଧୂସୂଦନ ମିଶ୍ର, ମୁରବୀ ରମାକାନ୍ତ ମିଶ୍ର, ସରପଚଂ ସଂଜୟ କୁମାର ଦାସ କାମାକ୍ଷାନଗର ନିରିକ୍ଷକ ପୁରୁଷୋତମ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମାର୍ଥାପୁର ଉପଡାକଘର ଅଧିନରେ କାର୍ଯ୍ୟକରୁଥିବା ୧୦ଟି ଗ୍ରାମାଚଂଳ ଡାକଘରର କର୍ମଚାରୀ ମାନେ ଯୋଗଦେଇଥିଲେ । ମାର୍ଥାପୁର ଡାକଘରର ସ୍ଥାୟୀ ଘର ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!