News
WhatsApp Image 2023-10-04 at 17.25.00
samparksetu

ମହୁମାଛି ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମାରୁଆ ବିଲି ପଂଚାୟତ ର ମାରୁଆ ବିଲି ଗ୍ରାମର ଶତ୍ରୁ ଘନ ନାଏକ ଙ୍କ ପୁତ୍ର ରାମଚନ୍ଦ୍ର ନାଏକ (୩୫) ଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ବରଣ ହୋଇଛି ।

ସୂଚନା ଅନୁଯାୟୀ ଗତ ୨୦ ତାରିଖରେ କଙ୍କଡ଼ାହାଡ଼ ଥାନା କୁ କୌଣସି ଏକ ମାମଲାରେ ସେ ଯାଇଥିଲେ । ସେଠାରେ ଥାନା ସାମ୍ନା ରେ ଏକ ଶିମିଳି ଗଛ ରୁ ହଠାତ ମହୁ ମାଛି ବାହାରି ପାଞ୍ଚ ଜଣ ଙ୍କୁ ଆକ୍ରମଣ କରିଥିଲେ , ତାଙ୍କ ମଧ୍ୟରେ ରାମଚନ୍ଦ୍ର ଥିଲେ । ସେ ଜଣେ ଗରିବ ଦିନ ମଜୁରିଆ ହରିଜନ ହୋଇ ଥିବା ବେଳେ ତାଙ୍କ ପରିବାର ଅସହାୟ ଅବସ୍ଥାରେ ଅଛନ୍ତି ତେଣୁ ତାଙ୍କ ପରିବାର କୁ ସରକାର ଙ୍କ ସହାୟତା ରାଶି ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି ।

new life
You might also like
error: Content is protected !!