ଶିକ୍ଷା ପାଇଁ ବୟସ ବାଧା ନୁହେଁ, ବରଂ ଆବଶ୍ୟକ ଇଚ୍ଛାଶକ୍ତି ।ଏହାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା
ସଦର ବ୍ଳକ ସୋଗରପଶି ପଞ୍ଚାୟତ ଅନ୍ତର୍ଗତ ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ । ତ୍ରିଲୋଚନ ୪୨ ଥରରେ ମ୍ୟାଟ୍ରିକ ଏବଂ ୬୫ ରେ ଏଲଏଲବି ପାସ କରିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ତ୍ରିଲୋଚନ ୧୯୭୨ ମସିହାରୁ ୧୯୯୨ ପର୍ଯ୍ୟନ୍ତ ବଣସିଂ ଉଚ୍ଚବିଦ୍ୟାଳୟରେ ଦଶମ ପରିକ୍ଷା ଦେଇ ଆସୁଥିଲେ ପରେପରେ ୧୯୯୩ ରେ ୪୧ ଥରରେ ମ୍ୟାଟ୍ରିକ ପାସ କରିଥିଲେ । ଯୁକ୍ତଦୁଇ ରେ ମଧ୍ୟ ୧୦ ଥରରେ ପାସ କରିଥିବା ବେଳେ ଯୁକ୍ତତିନି ରେ ଏକକାଳୀନ ଭାବେ ଉତିନ୍ନ ହୋଇଥିଲେ ।
ତେବେ ଏହାସତ୍ତ୍ୱେ ହାର ମାନିନଥିଲେ ତ୍ରିଲୋଚନ କଟକ ସ୍ଥିତ ବିଶ୍ୱ ଗୁରୁ ମହାବିଦ୍ୟାଳୟ ରେ ବିଏଏଲଏଲବି ରେ ଆଇନ ଛାତ୍ର ଭାବେ ନାମ ଲେଖାଇ ୬୫ ବର୍ଷ ବୟସରେ ଓକିଲାତି ପାସ କରିଥିଲେ ।
ତେବେ ପାଠପଢିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେନାହିଁ ବୋଲି କହିଛନ୍ତି ତ୍ରିଲୋଚନ । ଏପରିକି ସମସ୍ତ ବ୍ୟକ୍ତି ଅନ୍ୟୁନ୍ୟ ମ୍ୟାଟ୍ରିକ ପାସ କରିଥିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି । ତେଣୁ ବୟସ କୁ ଖାତିର ନକରି ପରିଶ୍ରମ ମାପ ବାଡ଼ି ସହ ଶିକ୍ଷାର ସେତୁ ପାରି ହୋଇଛନ୍ତି ତ୍ରିଲୋଚନ ।