News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ମାଟ୍ରିକ ପାସ ହାର ୯୩.୦୫% ;ଓଁମ ପ୍ରକାଶ ଜିଲ୍ଲା ଟପ୍ପର

ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୩.୦୫ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୮୫୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ହଜାର ୫୩୪ ଜଣ ପାସକରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲାରେ ୯୨ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୮୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଆଜି ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ଅନୁସାରେ ମୋଟ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ଏ-୧ରେ ୧୭୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଏ-୨ରେ ୧ହଜାର ୩୯୪ ଜଣ,ବ-ି ୧ରେ ୩ ହଜାର ୪୭୬ ଜଣ,ବ-ି ୨ରେ ୪ହଜାର ୧୭୭ଜଣ,ସି ରେ ୩ ହଜାର ୩୧୪ ଜଣ,ଡି ଗ୍ରେଡରେ ୨ ହଜାର ୨୧୦ଜଣ,ଇ ରେ ୭୯୩ ଜଣ ପାସ କରିଥିବା ବେଳେ ମୋଟ ୧୫ ହଜାର ୫୩୪ଜଣ ପାସ କରିଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୮ ହଜାର ୨୦୩ ଜଣ ଛାତ୍ର ପାସ କରିଥିବା ବେଳେ ୭ ହଜାର ୩୩୧ ଜଣ ଛାତ୍ରୀ ପାସ କରିଛନ୍ତି ।

ଜିଲ୍ଲାରେ ମୋଟ ୨୮୫ଜଣ ଫେଲ ହୋଇଥିବା ବେଳେ ୩୨ ଜଣପରୀକ୍ଷାରେ କପି କରି ଫେଲ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାର ୫୯ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୨୭ ଜଣ ପାସ କରଥିବାର ଜଣାପଡିଛି । ଜିଲ୍ଲାରେ ଚଳିତ ବର୍ଷ ଭୁବନ ବ୍ଲକରେ ୧୧ଟି କେନ୍ଦ୍ରରେ ୧ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଢେଙ୍କାନାଳ ସଦର ବ୍ଲକରେ ୧୭ଟି କେନ୍ଦ୍ରରେ ୨ ହଜାର ୮୯୭ ଜଣ ,ଗଁଦିଆ ବ୍ଲକରେ ୧୨ଟି କେନ୍ଦ୍ରରେ ୧ ହଜାର ୮୦୫ ଜଣ ହିନ୍ଦୋଳ ବ୍ଲକରେ ୧୨ଟି କେନ୍ଦ୍ରରେ ୧ ହଜାର ୯୪୦ ଜଣ , କାମାକ୍ଷାନଗର ବ୍ଲକରେ ୧୧ଟି କେନ୍ଦ୍ରରେ ୨ ହଜାର ୨୫ ଜଣ ,କଙ୍କଡାହାଡ ବ୍ଲକରେ ୮ଟି କେନ୍ଦ୍ରରେ୧ ହଜାର ୪୩୨ ଜଣ , ଓଡାପଡା ବ୍ଲକରେ ୧୧ଟି କେନ୍ଦ୍ରରେ ୧ ହଜାର ୮୪୬ ଜଣ ଓ ପରଜଙ୍ଗ ବ୍ଲକରେ ୧୦ଟି କେନ୍ଦ୍ରରେ ୧ ହଜାର ୭୨୪ ଜଣ ପରୀକ୍ଷା ଦେଇଥିଲେ ।

ତେବେ ଜିଲ୍ଲାର ଟପ୍ପର ହୋଇଛନ୍ତି ନୂଆ ଭୁବନ ହାଇସ୍କୁଲ ର ଛାତ୍ର ଓଁମ ପ୍ରକାଶ ସାହୁ । ସେ ୫୮୭ ନମ୍ବର ରଖିଛନ୍ତି ।ଅନ୍ୟପଟେ ସ୍ନେହା ସାସ୍ଵତି ହେଲେ ଗଁଦିଆ ଟପ୍ପର । ପୋରୁହଖୋଜ ଗ୍ରାମ ପଞ୍ଚାୟତ ସହଦେବ ବିଦ୍ୟାପୀଠ ର ଛାତ୍ରୀ ସ୍ନେହାସାଶ୍ଵତି ସାହୁ ଚଳିତ ମାଟ୍ରିକ ପରୀକ୍ଷାରେ ୫୭୮ ନମ୍ବର ରଖି ସମଗ୍ର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ପୋରୁହଖୋଜ ଗ୍ରାମର ଅଶୋକ କୁମାର ସାହୁ ଓ ରଶ୍ମିତା ସାହୁଙ୍କ କନ୍ୟା ଅଟନ୍ତି ।

ଜିଲ୍ଲାର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରକି ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଥିବାର ଜଣାପଡିଛି । ମୋଟ ୧୮୨ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୮୨ ଜଣ ଛାତ୍ରଛାତ୍ରୀ ପାସ କରଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏ-୧ରେ ୫ ଜଣ,ଏ-୨ରେ ୨୦ଜଣ,ବି-୧ରେ ୪୧ଜଣ,ବ-ି ୨ରେ ୫୩ଜଣ,ସିରେ ୩୭ଜଣ,ଡିରେ ୨୬ଜଣ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି। ବିଦ୍ୟାଳୟର ରାଜେନ୍ଦ୍ର ସାହୁ ମୋଟ ୬ଶହ ନମ୍ବରରୁ ୫୮୨ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି ।

ସେହିପରି କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ୍ ସଫଳତା ହାସଲ କରିଥିବାର ଜଣାପଡିଛି । ମୋଟ ୨୧୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୭ଜଣ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।

new life
You might also like
error: Content is protected !!