News
WhatsApp Image 2023-10-04 at 17.25.00
samparksetu

ମଉଳା ଭଣଜା ପୀଠ ; ଯେଉଁ ଠାରେ ପୂଜା ପାଉଛନ୍ତି ମାମୁଁ ଭଣଜା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳl ଗ୍ରାମରେ ରହିଛି ଏକ ସୁନ୍ଦର ଵଣଭୋଜି ସ୍ଥାନ ମଉଳl ଭଣଜା ପୀଠ ବା ମାମୁଁ ଭଣଜା ପୀଠ । ଏଠାରେ ପୂଜା ପାଆନ୍ତି ପ୍ରତ୍ୟକ୍ଷ ଠାକୁର ମଉଳl ଭଣଜା ।

ଲୋକ କଥା ଅଛି ମାମୁଁ ଭଣଜା ବିବାହ କରି ଯାଉଥିଲେ ଏବଂ ଏଠାରେ ସେମାନେ ପଥର ପାଲଟି ଯାଇଛନ୍ତି ,ଏପରିକି ତାଙ୍କ ସାଙ୍ଗରେ ଥିବା ହାତୀ ଘୋଡ଼ା ମଧ୍ୟ ପଥର ପାଲଟି ଯାଇଛନ୍ତି । ଲୋକଙ୍କ କହିବା ଅନୁଯାୟୀ ଏହି ପଥରର ଆକାର ଦିନକୁ ଦିନ ବଢିଥାଏ । ଏହି ପୀଠରେ ମକର ସଂକ୍ରାନ୍ତି ରେ ବହୁତ ବଡ଼ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବହୁ ଦୂରରୁ ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ ।

କିଛି ସମୟ ପ୍ରକୃତି ସାଙ୍ଗରେ କଟେଇବାକୁ ଇଛୁକ ତେବେ ବୁଲି ଆସନ୍ତୁ ମଉଳl ଭଣଜା ପୀଠ । ଏହା ଢେଙ୍କାନାଳ ସହର ଠାରୁ ୫୦କି.ମି ଦୂରରେ ଅବସ୍ଥିତ ।

new life
You might also like
error: Content is protected !!