News
WhatsApp Image 2023-10-04 at 17.25.00
samparksetu

ମଉଳାଭଣଜା ରେ ପୂଜା କଲେ ପ୍ରସନ୍ନ ହୁଅନ୍ତି ଇନ୍ଦ୍ରଦେଵ

ସାରା ରାଜ୍ୟ ରେ ମୌସୁମୀ ଖେଳୁଚି ଲୁଚକାଳି । ବର୍ଷା ର ପରିମାଣ କମ ହେବାରୁ ରାଜ୍ୟସାରା ବାଧାପ୍ରାପ୍ତ ହେଲାଣି ଚାଷକାର୍ଯ୍ୟ । ଏଣେ ଶ୍ରାବଣ ମାସରେ ମଧ୍ୟ ମୁଣ୍ଡଫଟା ଖରାର ପ୍ରକୋପ ଦେଖିବାକୁ ମିଳୁଛି, ସତେଯେମିତି ହଜିଯାଇଛି ଶ୍ରାବଣ ଧାରା । ଗତ ମାସରେ ଆଂଶିକ ବର୍ଷା ହେବା ଫଳରେ ସ୍ଥିତିରେ ସୁଧାର ଆସିଥିବା ବେଳେ ଚାଷୀମାନେ ଚାଷ କାର୍ଯ୍ୟକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଥିଲେ। ଏଭଳି ସ୍ଥିତି‌ରେ ପୁଣି ପାଣିପାଗରେ ପରିବର୍ତ୍ତନ ପାଇଁ ସପ୍ତାହେ ହେଲା ବର୍ଷାର ଆଦୌ ଦେଖାନାହିଁ, ଯାହା ଚାଷୀକୁ ଚିନ୍ତାରେ ପକାଇଛି । ସେହିପରି ବର୍ଷା ରେ ସୁଧାର ଆଣିବାକୁ ପ୍ରାଚୀନ ପରମ୍ପରା ରେ ରହିଛି ଅନେକ ନୀତି । କେଉଁଠି ବେଙ୍ଗ ବେଙ୍ଗୁଳି ବିବାହ ତ କେଉଁଠି ଗାଈ ପୂଜା ତ କେଉଁଠି ଇନ୍ଦ୍ରଦେବଙ୍କ ପୂଜା ।

ଏଭଳି ଏକ ନିଆରା ପରମ୍ପରା ରହିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୁଣେଇବିଲ ଗ୍ରାମରେ ସେଠାରେ ରହିଛି ମଉଳାଭଣଜା ପାହାଡ଼ । ପୂଜାର୍ଚ୍ଚନା କଲେ ଇନ୍ଦ୍ରଦେଵ ପ୍ରସନ୍ନ ହୋଇ ବର୍ଷା କରାଇଥାନ୍ତି ବୋଲି ସେଠାକାର ବାସିନ୍ଦା ବିଶ୍ୱାସ କରିଥାନ୍ତି। ଗୁଣେଇବିଲ ର କିଛି ବରିଷ୍ଠ ବାସିନ୍ଦା ଙ୍କ ସୂଚନା ଅନୁଯାୟୀ ବର୍ଷା କମ ହେଉଥିଲେ ତାଙ୍କ ପୂର୍ବ ପୁରୁଷ ମାନେ ସେଠାରେ ଥିବା ଏକ ସ୍ଥାନରେ ପୂଜା କରୁଥିଲେ । ପୂଜା କରିବା ଦ୍ୱାରା ଇନ୍ଦ୍ର ଦେବ ପ୍ରସନ୍ନ ହୁଅନ୍ତି ଏବଂ ବର୍ଷା ହୋଇଥାଏ ।

ତେବେ ବିଗତ ଦିନରେ ବର୍ଷାର ଘୋର ଅଭାବ ଦେଖା ଦେଇଥିବା ବେଳେ ଗତକାଲି ସ୍ଥାନୀୟ ବାସିନ୍ଦା ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ପ୍ରସାଦ ଲଗାଇବା ସହ ଦେବତାଙ୍କୁ ପ୍ରସନ୍ନ କରିବାକୁ ନାମ କୀର୍ତ୍ତନ ମଧ୍ୟ ଜପ କରିଛନ୍ତି । ତେବେ ସେଠାରେ ରହିଛି ଦୁଇଟି ବିରାଟକାୟ ପଥର । ପୂର୍ବ ପୁରୁଷ ଯାହା କହିଯାଇଛନ୍ତି ସେହି ସ୍ଥାନରେ ମାମୁ ଓ ଭଣଜା ଉଭୟେ ଏକ ସଙ୍ଗେ ବିବାହ ଆୟୋଜନ କରିଥିବା ବେଳେ ବାଡେଇ ହୋଇ ପଥର ପାଲଟି ଯାଇଛନ୍ତି, ତେବେ ତାଙ୍କ ବିବାହରେ ଯେଉଁ ଢୋଲ ଯାଇଥିଲା ସେଠାରେ ଥିବା ପଥର ଖଣ୍ଡ ପାଲଟି ଢୋଲ ଭଳି ଶୁଭୁଛି ।

new life
You might also like
error: Content is protected !!