News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ୱପ୍ନରେ ପଡିଲା ପୂର୍ଣ୍ଣଛେଦ ! ଆକାଂକ୍ଷା ଜିଲ୍ଲାସତ୍ୱେ ହୋଇପାରୁନି ମେଡ଼ିକାଲ କଲେଜ

ଢେଙ୍କାନାଳ ଜିଲ୍ଲାବାସୀଙ୍କ ସ୍ୱପ୍ନରେ ପଡିଲା ପୂର୍ଣ୍ଣଛେଦ, ତାଲଚେରରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ମେଡ଼ିକାଲ କଲେଜ । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।


ତେବେ ପୂର୍ବରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ର ସ୍ୱଉଚ୍ଚ ଅଟ୍ଟାଳିକା ନିର୍ମାଣ ହୋଇଥିଲା । ୭ ମୋହଲା ବିଶିଷ୍ଟ ଏହି ଅଟ୍ଟାଳିକା ରେ ଜିଲ୍ଲା ସାରା ରୋଗୀ ନିର୍ଭରଶୀଳ, କେବଳ ସେତିକି ନୁହେଁ ଇତିମଧ୍ୟରେ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ କାରଖାନା ଗଢି ଉଠିଛି କୌଣସି ଦୁର୍ଘଟଣା ହେଲେ ସେମାନଙ୍କୁ କଟକ କିମ୍ବା ଭୂବନେଶ୍ୱର ସ୍ଥାନାନ୍ତର କରାଯାଉଛି । ଏପରିକି ଆରମ୍ଭ ଦିନରୁ ଆବଶ୍ୟକ ମୁତାବକ ଡାକ୍ତର ମଧ୍ୟ ଉପସ୍ଥିତ ନାହାନ୍ତି । ତେଣୁ ଢେଙ୍କାନାଳ ମେଡ଼ିକାଲ କୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ନିମନ୍ତେ ଏଠାରେ ଏକ ମେଡ଼ିକାଲ କଲେଜ ଖୋଲିବା ପାଇଁ ବିଭିନ୍ନ ଦିଗରୁ ଦାବି ଉଠିଆସିଛି । ଅନ୍ୟପଟେ କେନ୍ଦ୍ର ସରକାର ଢେଙ୍କାନାଳ କୁ ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରିଥିବା ବେଳେ ମେଡିକାଲ କଲେଜ ବାଟ ସମ୍ପୂର୍ଣ୍ଣ ରୂପେ ଫିଟିଯାଇଥିଲା । ହେଲେ ଗତକାଲି ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ୍ ହୋଇଯାଇଥିବା ଢେଙ୍କାନାଳ ଜିଲ୍ଲାବାସୀ ଅନୁଭୂତ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ଶିଳ୍ପାଞ୍ଚଳ ଥିବା ବେଳେ ଜିଲ୍ଲାରେ ବିଶେଷ କିଛି ଉନ୍ନତି ଦେଖା ଦେଇନାହିଁ l ଏଭଳି କ୍ଷେତ୍ରରେ ସ୍ୱାସ୍ଥ୍ୟ ଉପଯୋଗିତାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ଆବଶ୍ୟକ ଥିବା ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

new life
You might also like
error: Content is protected !!