News
WhatsApp Image 2023-10-04 at 17.25.00
samparksetu

ଥଣ୍ଡା ଥଣ୍ଡା ପାଗରେ ଘରେ ବନେଇ ଖାଆନ୍ତୁ ଗରମ ମିଲ୍କକେକ

ମିଲ୍କ  କେକ୍ ପାଇଁ ଆବଶ୍ୟକ ସାମଗ୍ରୀ

୨ ଲିଟର କ୍ଷୀର

ଦୁଇ ଚିମୁଟା ଫିଟକାରୀ, ପେଶା ହୋଇଥିବା

୨ କପ୍‌ ଚିନି

ଦୁଇ ବଡ ଚାମଚ ଘିଅ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ବଡ ପ୍ୟାନରେ ଖିର ପକାଇ ଗରମ ହେବା ପର୍ଯ୍ୟନ୍ତ ରଖନ୍ତୁ। ଯେତେବେଳେ ଏହା ଫୁଟିଯିବ ଫିଟକାରୀ ପକାଇ ଦିଅନ୍ତୁ। ଫିଟକାରୀ ପକାଇବା ପରେ କ୍ଷୀର ଛିଡିଯିବ। ଏହାପରେ କ୍ଷୀରକୁ ଚଲାଇ ଗାଢ଼ା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ, ଯେତେବେଳେ ଖିର ଗାଢ଼ା ହୋଇଯିବ ସେତେବେଳେ ଚିନି ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ଚଲାଇବା ପରେ ୮-୧୦ ମିନିଟ୍‌ ଫୁଟିବା ପରେ ଏଥିରେ ଘିଅ ମିଶାଇ ଦିଅନ୍ତୁ ।

ଏହି ମିଶ୍ରଣକୁ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେତେବେଳ ଯାଏଁ ଏହା ଗାଢ଼ା ନହୋଇଛି ଏବଂ ଏହାର ରଙ୍ଗ ନ ବଦଳିଛି। ଏହାର କଲର ବଦଳିବା ପରେ ଗଭୀର ଗିନା କିମ୍ବା ଥାଳିରେ ବାହାର କରି ୩୦ ମିନିଟ୍‌ ପାଇଁ ଥଣ୍ଡା ହେବା ପାଇଁ ରଖନ୍ତୁ। ନିର୍ଦ୍ଧିଷ୍ଟ ସମୟ ପରେ ଏହାକୁ ମନଇଚ୍ଛା ଆକାର କାଟି ଦିଅନ୍ତୁ।

new life
You might also like
error: Content is protected !!