News
WhatsApp Image 2023-10-04 at 17.25.00
samparksetu

ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକଙ୍କ ଗସ୍ତ ଓ ସମୀକ୍ଷା କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲାର ସଦର ଓ ଓଡାପଡା ବ୍ଲକର ୭ଟି ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ସଂଯୋଜକ ତଥା ପ୍ରୋଗ୍ରାମ ଅଫିସର ହିମାଂଶୁ ଭୂଷଣ ଓଝା ଓ ସମ୍ପର୍କ ଅଧିକାରୀ ମୈତ୍ରୀ ବାବୁ ନିକଟରେ ପରିଦର୍ଶନ କରିଥିଲେ।ସଦର ଓ ଓଡାପଡାର ବିଭିନ୍ନ ବିଦ୍ୟାଳୟଗୁଡିକର ଅଭାବ ଅସୁବିଧା ସମ୍ପର୍କରେ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି,ପ୍ରଧାନ ଶିକ୍ଷକ ଓ ମୋ ସ୍କୁଲ ଅଭିଯାନ ଦାୟିତ୍ବରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରୋଗ୍ରାମ ଅଫିସର ଶ୍ରୀ ଓଝାଙ୍କୁ ଅବଗତ କରିଥିଲେ ।

ଏହି ଗସ୍ତ ସମୟରେ ବିଜ୍ଞାନ ସୁପରଭାଇଜର ଅଶୋକ କୁମାର ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ବେହେରା ପ୍ରମୁଖ ମଣିଦେବୀ ହାଇସ୍କୁଲ, ସିମିଳିଆ ଉ.ପ୍ରା. ସ୍କୁଲ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ,ତରଭା ଉ.ପ୍ରା. ସ୍କୁଲ, ଗୁଣ୍ଡିଚାପଡା ହାଇସ୍କୁଲ,ଭଗବାନ ବିଦ୍ୟାମନ୍ଦିର ,ସିଆରିଆ ସମେତ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ଏହି ଗସ୍ତ ସମୟରେ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ଦାୟିତ୍ବରେ ଥିବା ଶିକ୍ଷକ ତଥା ୭ଟି ସ୍କୁଲ ଅଭିଯାନ ଢେଙ୍କାନାଳ ଜିଲ୍ଲା କ୍ୟାମ୍ପେନ ଟିମ ଲିଡ଼ର ଡା. ଦେବୀ ପ୍ରସାଦ ମିଶ୍ର,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସାଫିର ଅଲ୍ଲୀ, ସ୍ଵର୍ଣମୟୀ ଶତପଥୀ, କିଶୋର ଚନ୍ଦ୍ର ସାମଲ,ମିନତୀ ଦେହୁରୀ, ଗାୟତ୍ରୀ ପାତ୍ର, ସୁଲେଖା ରାଉତ, ରାଜେଶ୍ୱରୀ ମିଶ୍ର,ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରେମାନନ୍ଦ ସାହୁ, ଶରତ ଚନ୍ଦ୍ର ମହାନ୍ତି, ଯୁଗଳ କିଶୋର ପାଣି, ବିପିନ ପାଲ,ହେମନ୍ତ କୁମାର ଜେନା, ଭିକାରୀ ଚରଣ ରାଉତ, ପ୍ରେମାନନ୍ଦ ରାଉତ, ଅର୍ଜୁନ କୁମାର ରାଉତ, ବସନ୍ତ କୁମାର ସାହୁ, ସଞ୍ଜୟ କୁମାର ପରିଡ଼ା, ଅରୁଣ କୁମାର ରାଉଳ, ଅଚ୍ୟୁତାନନ୍ଦ ବେହେରା,ଉଦ୍ଧବ ରାଉତଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ସଦସ୍ୟ ବୃନ୍ଦ, ଗ୍ରାମବାସୀ ,ପୁରାତନ ଛାତ୍ରୀ ଛାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

new life
You might also like
error: Content is protected !!