ମୋଟଙ୍ଗା ଥାନା ଅନ୍ତର୍ଗତ ମୋଟଙ୍ଗା ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା ମାମଲାରେ ଗିରଫ ହୋଉଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହା ସହ ୫ ଜଣଙ୍କୁ ଅଟକ ରଖି ଜେରା କରିଛି ପୋଲିସ ।
କମ୍ପାନୀ ର ଠିକା କାମ ଓ ନିର୍ବାଚନ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ପ୍ରଥମ ଦନ୍ତରେ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି ।ଗ୍ରାମରେ ଏବେ ମଧ୍ୟ ଚାପା ଉତ୍ତେଜନା ରହିଛି । ଯାହା ଫଳରେ ପୋଲିସ ର ପେଟ୍ରୋଲିଂ କଡ଼ାକଡ଼ି ରହିଛି ।
ସୂଚନା ଥାଉକି , ଗତ ଶନିବାର ରାତିରେ ଦୋଳ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ପୂର୍ଵ ଶତ୍ରୁତାକୁ ନେଇ ଗ୍ରାମର ବିକାଶ ନାୟକ (୪୦) ଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଥିଲା ।