News
WhatsApp Image 2023-10-04 at 17.25.00
samparksetu

ବାପାଙ୍କ ସ୍ମୃତି ଉଦେଶ୍ୟରେ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ଆଜି ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ନିକଟବର୍ତ୍ତୀ ଦୁର୍ଗାବଜାର ର ହନୁମାନ ବାଟିକା ପ୍ରାଙ୍ଗଣରେ ସ୍ବର୍ଗତ ଡ଼ମ୍ବୁରୁଧର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି ।

ସାଧାରଣ ଲୋକ ମାନଙ୍କୁ ଥଣ୍ଡା ପାନୀୟ ଜଳର ସୁବିଧା କରିବାପାଇଁ ଡ଼ମ୍ବୁରୁଧର ମହାନ୍ତିଙ୍କ ସୁପୁତ୍ର ପ୍ରଦୀପ କୁମାର ମହାନ୍ତି ଏହି ଜଳ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ଏହାକୁ ଉଦଘାଟିତ କରିଥିଲେ ପୋୖରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରକ୍ତଚାବୁର ସମ୍ପାଦକ ଗଗନ ବିହାରୀ ପଣ୍ଡା ,ପୌରପାଳିକା ର ଯନ୍ତ୍ରୀ ରଶ୍ମିତା ମିଶ୍ର,ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ରାଜ୍ୟ ତଥା ସମଗ୍ର ଭାରତ ବର୍ଷରେ କୋରନା ର ଦ୍ୱିତୀୟ ଲହରୀ ଚାଲିଥିବା ସମୟରେ ଢେଙ୍କାନାଳର ସହର ପାଇଁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ଜିଲ୍ଲା ତଥା ସହରର ବାସୀଙ୍କ ପାଇଁ ଉଚ୍ଚ ପଦକ୍ଷେପ ବୋଲି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିଜର ମତ ରଖିଥିଲେ ।

new life
You might also like
error: Content is protected !!