News
WhatsApp Image 2023-10-04 at 17.25.00
samparksetu

ପୌରାଞ୍ଚଳର ବିଭିନ୍ନ ସମସ୍ୟା ନେଇ ନିର୍ବାହୀ ଅଧିକାରୀଙ୍କୁ ଘେରିଲା ଢେଙ୍କାନାଳ ବିଜେପି

ଢେଙ୍କାନାଳ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମୀ ପୌରନିର୍ବାହୀ ଅଧିକାରୀଙ୍କୁ ଢେଙ୍କାନାଳ ପୌରାଞ୍ଚଳରେ ନିତିଦିନିଆ ସମସ୍ୟା ନେଇ ଘେରାଉ କରିଛନ୍ତି ।

ପୋୖରାଞ୍ଚଳ ର ବିଭିନ୍ନ ସମସ୍ୟା ଯେପରିକି ଡ୍ରେନ ମରାମତି, ରାସ୍ତା ମରାମତି ସଫେଇ କାମରେ ଅହେତୁକ ଅବହେଳା ଦେଖାଦେଇଛି । ଅନ୍ୟପଟେ ରାସ୍ତାରେ ବଢିଚାଲିଛି ବୁଲାଗାଇ ଗୋରୁଙ୍କ ପ୍ରାଦୁର୍ଭାବ । ମୁଖ୍ୟ ମେଡ଼ିକାଲ ରାସ୍ତା ହେଉ ବା ହେଉ କୁହାଯାଉଥିବା ଭିଆଇପି ଲେନ ସବୁଠେ ବୁଲାଗାଇ ଙ୍କ ଯୋଗୁଁ ଦେଖା ଦେଇଥାଏ ଟ୍ରାଫିକ ସମସ୍ୟା । ବହୁ ସମୟରେ ଅଟକିଥାଏ ଜରୁରୀକାଳୀନ ଯାନ ।

ଏଭଳି ଅନେକ ସମସ୍ୟା ସହ ବହୁ ସମୟଧରି ଆଲୋଚନା କରାଯିବା ସହ, ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ମଧ୍ୟ କରାଯାଇଛି ।

new life
You might also like
error: Content is protected !!