News
WhatsApp Image 2023-10-04 at 17.25.00
samparksetu

ଆଜି ବୁଧବାର ରେ ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ ମଟନ୍‌

ବୁଧବାରରେ ନିରାମିଶାସିଙ୍କ ପସନ୍ଦ ଥାଏ ମଟନ, ହେଲେ ରେଷ୍ଟୁରାଣ୍ଟ ସ୍ୱାଦ ପରି ଘରେ ସ୍ୱାଦିଷ୍ଟ ନହେବାରୁ ସମସ୍ତେ ରେଷ୍ଟୁରାଣ୍ଟ ମୁହାଁ ହୋଇଥାନ୍ତି, ହେଲେ ଆଜି ଆମେ ଆପଣଙ୍କୁ ବତାଇବୁ କିଭଳି ଘରେ ବନାଇବେ ରେଷ୍ଟୁରାଣ୍ଟ ସ୍ୱାଦର ମଟନ୍  ।

ଆଵଶ୍ୟକିୟ ସାମଗ୍ରୀ

ଏକ କିଲୋ ମଟନ୍‌

ଏକ ବଡ ଚାମଚ ରସୁଣ ପେଷ୍ଟ

୨ ବଡ ଚାମଚ ପିଆଜ ପେଷ୍ଟ

ଏକ କପ୍‌ ଦହି

୪ ଛୋଟ ଚାମଚ କାଶ୍ମି ଲଙ୍କା ପାଛଡର

୪ ଛୋଟ ଚାମଚ ହଳଦି ପାଉଡର

୧ ବଡ ଚାମଚ ଧନିଆ ପାଉଡର

ଅଧା ଚାମଚ୍‌ କେସର ଗୁଣ୍ଡ ହୋଇଥିବା (ପାଣିରେ ମିଶାନ୍ତୁ)

୬ ରୁ ୭ଟି ଅଳେଇଚ

୨ଟି ଡାଲଚିନି

୪ଟି ଲବଙ୍ଗ

୨ଟି ତେଜପତ୍ର

ସ୍ୱାଦାନୁସାରେ ଲୁଣ

୪ ରୁ ୫ କପ୍‌ ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ ଅନ୍ କରି ପାଣି ଗରମ କରନ୍ତୁ। ଏବେ ଏଥିରେ ମଟନ ପକାଇ ଫୁଟାନ୍ତୁ। ମଟନରେ ରସୁଣ ପେଷ୍ଟ ଏବଂ ଲୁଣ ପକାଇ ମିକ୍ସ କରନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ।

ଯେତେବେଳେ ମଟନ ଅଧା ରାନ୍ଧି ହୋଇଯିବ ସେତେବେଳେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ଏବେ ମଟନରୁ ପାଣି ଶୁଖିଯିବ ଏହାକୁ ଥଣ୍ଡା କରି ଧୋଇ ଦିଅନ୍ତୁ। ଯେଉଁ ପାଣିରେ ମଟନକୁ ସିଝାଉଥିବେ ସେହି ପାଣିକୁ ଛାଣି ଅଲଗା ଏକ ପାତ୍ରରେ ରଖନ୍ତୁ। ଏବେ ଏହି ପାଣିକୁ ଗ୍ୟାସ ଉପରେ ମଧ୍ୟମ ଆଞ୍ଚରେ ବସାନ୍ତୁ। ଏଥିରେ ଅଧା ସିଝାଇଥିବା ମଟନ୍‌ ପକାନ୍ତୁ।

ଆଉ ଏକ ଗ୍ୟାସରେ ତେଲ ଗରମ କରି ସେଥିରେ ତେଜପତ୍ର, ଡାଲଚିନି ଏବଂ ଲବଙ୍ଗ ପକାଇ ତଡକା ଦିଅନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ ଏବଂ ତଡକାରେ ଏକ ବଡ ଚାମଚ ପାଣି ମିଶାଇ ଘୋଡାଇ ଦିଅନ୍ତୁ।

ଏହାପରେ ମଟନରେ ଛୋଟ ଅଳେଇଚ, ହଳଦି, ଧନିଆ ପାଉଡର, ଲବଙ୍ଗ ଘିଅ ଏବଂ ପିଆଜ ପେଷ୍ଟ ପକାଇ ଦିଅନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏବେ ମଟନରେ ଲାଲ୍‌ ଲଙ୍କା ପାଣି ଏବଂ ଦହି ପକାଇ ମିଶାନ୍ତୁ। ଏବେ ଆଞ୍ଚ ଧୀମା କରି ମଟନକୁ ଘୋଡାଇ ଫୁଟାନ୍ତୁ ।

ଯେତେବେଳେ ମଟନରେ ମସଲାର ବାସ୍ନା ଆସିବ ସେତେବେଳେ ଏଥିରେ କେସର ପାଣି ମିଶାଇ ଦିଅନ୍ତୁ। ଗୋଲମରୀଚ ପାଉଡର ମିଶାଇ ମିକ୍ସ କରନ୍ତୁ। ଆଞ୍ଚ ହାଇ କରିଦେଇ ମଟନ ଫୁଟିଆସିଲେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା  ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ ମଟନ୍‌  ।

new life
You might also like
error: Content is protected !!