ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଢେଙ୍କାନାଳ ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମର ଯୁବକ ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଯୋର ଧରିଛି। ଗତ ରାତିରେ ଲଳିତଙ୍କର ମୃତ୍ୟୁ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ହୋଇଥିବାବେଳେ ରାତାରାତି ଶବ ବ୍ୟବଛେଦ କରାଯାଇ ପ୍ରାୟ ୩ଶହ କିମି ଦୂର ତାଙ୍କ ଗ୍ରାମକୁ ମୃତ ଦେହ ଆଣି ଶବ ସତ୍କାର କରିବା ଘଟଣାକୁ ସନ୍ଦେହ ସୃଷ୍ଟି କରିଛି ।
ଆଜି ସକାଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳୀ ବେହେରା ମୃତକଙ୍କ ଘରକୁ ଯାଇ ପରିବାରକୁ ଭେଟିବା ସମୟରେ ମନ୍ତ୍ରୀ ନବ ଦାସଙ୍କ ଡ୍ରାଇଭର ତାଙ୍କୁ ଦୃବ୍ୟବହାର କରିଥିଲେ। ଯାହା ଘଟଣାକୁ ସନ୍ଦେହଆଡ଼କୁ ଟାଣି ଆଣିଥିଲା । ତେଣୁ ବିଜେପି କାର୍ଯ୍ୟାଳଠାରେ ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଅଛି।
ରୋଷେୟା ଲଳିତଙ୍କ ମୃତ୍ୟୁ ହେବାପରେ କେଉଁ ପରିସ୍ଥିତିରେ ରାତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ଓ ରାତାରାତି ୩ଶହ କି.ମି ଦୂର ଆଣି ରାତିରେ ଶବଦାହ କରାଗଲା ତାଙ୍କୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ପରିବାରକୁ ଭୟଭିତ କରିବାପାଇଁ ସେଠାରେ ନବଦାସଙ୍କ ଡ୍ରାଇଭର ରହି ପରିବାରର ସଦସ୍ୟଙ୍କୁ କାହା ସହିତ ସାକ୍ଷତ କରାଇ ନ ଦେବା ଘଟଣାକୁ ସନ୍ଦେହ ଘେରକୁ ଟାଣିଛି ।