News
WhatsApp Image 2023-10-04 at 17.25.00
samparksetu

ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗାଁରେ ୬୧ ବର୍ଷୀୟା ମହିଳାଙ୍କୁ ଅନେକ ଅଭିଯୋଗ ପରେ ଘର ଖଣ୍ଡିଏ ମିଳୁ ନଥିବାର ଅଭିଯୋଗ ହୋଇଛି ।

ଗାଁର ଲୋକନାଥ ନାଏକଙ୍କ ପତ୍ନୀ ସରଦି ନାଏକ (୬୧) ଜଣେ ବିଧବା ମହିଳା ଲୋକନାଥ ୨୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ସରଦୀ ଏକାକୀ ରହୁଛନ୍ତି । ଗୋଟିଏ ପୁଅ ଏବଂ ଝିଅ କୁ ବିବାହ ଦେବା ପରେ ସେ ଭଙ୍ଗା ଦଦରା ଘରେ ଆଶ୍ରୟ ନେଉଛନ୍ତି । ତାଙ୍କୁ ଖଣ୍ଡେ ଘର ଯୋଗାଇବାକୁ ବାରମ୍ବାର ୱାର୍ଡ ମେମ୍ବର ଠାରୁ ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳି ନାହିଁ । ଏହି ବିଧବା ମହିଳାଳୟ ଘର ଖଣ୍ଡିଏ ଯୋଗାଇବାକୁ ସାଧାରଣ ରେ ଦାବି ହୋଇଛି ।

new life
You might also like
error: Content is protected !!