News
WhatsApp Image 2023-10-04 at 17.25.00
samparksetu

ନାଗନାଥେଶ୍ୱର ମନ୍ଦିର ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନା ସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦର ଏକ ବୈଠକ ରବିବାର ଦିନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ବର୍ଷାଦିନେ ଜଳ ନିଷ୍କାସନ, ଯଜ୍ଞ ମଣ୍ଡପ ନିର୍ମାଣ, ବିବାହ ମଣ୍ଡପ ନିର୍ମାଣ ସହ ପାର୍କ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା ।

ଏଥିସହିତ ଦେବୋତର ବିଭାଗ ପକ୍ଷରୁ ମନ୍ଦିରର ବାର୍ଷିକ ସ୍ୱତନ୍ତ୍ର ପୂଜାନୀତି ମଧ୍ୟରେ ଜାଗର ଯାତ୍ରା, ଶିବ ବିବାହ, ମହାଷ୍ଟମୀ ଆଦି ଚାରିଗୋଟି ମୁଖ୍ୟ ପର୍ବ ପାଇଁ ଦେବୋତର ଅନୁଦାନ ବୃଦ୍ଧି କରିବା ଉପରେ ବିଭାଗର ଦୃଷ୍ଟି ଆକର୍ଷଣ ପାଇଁ ସ୍ଥିର ହୋଇଛି । ଏହି ବୈଠକରେ ଦେବୋତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଅଜୟ କୁମାର ହୋତା ପ୍ରମୁଖଙ୍କ ସମେତ ମନ୍ଦିର ପରିଚାଳନା କମିଟିର
ସଂପାଦକ ସୁଦାମ ଚରଣ ବେହେରା, ଶିଶିର ଶତପଥି, ଜୟନ୍ତ ହୋତା, ପ୍ରଦୀପ କୁମାର ପରିଡ଼ା, ନିତ୍ୟାନନ୍ଦ ସାହୁ, ଗୋପାଳ
ଚନ୍ଦ୍ର ଦାସ, ରସାନନ୍ଦ ମହାଳିକ, ପ୍ରେମାନନ୍ଦ ରାଉତ, ସାରଙ୍ଗଧର ମଲ୍ଲିକ, ସୁଧିର କୁମାର ପାଣି, ବୈରାଗୀ ବେହେରା,
ରାଜକିଶୋର ପାଣି, ଦୁର୍ଗାଚରଣ ମହାପାତ୍ର, ଅବଧୂତ ମହାନ୍ତି, ଜଟାଧାରୀ ବେହେରା, ତ୍ରିନାଥ ବେହେରା ଓ ଅଶୋକ କୁମାର
ପଣ୍ଡା ପ୍ରମୁଖ ବିଭିନ୍ନ ଗାଁର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମନ୍ଦିର ପରିଚାଳନା ଓ ଉନ୍ନୟନ ଦିଗରେ ନିଜ ନିଜର ମତ
ରଖିଥିଲେ ।

ଏହି ଅବସରରେ ଏକ ନୂତନ ପରିଚାଳନା କମିଟି ଓ ଉପଦେଷ୍ଟା କମିଟି ଗଠିତ ହୋଇଥିଲା । ଦେବୋତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!