News
WhatsApp Image 2023-10-04 at 17.25.00
samparksetu

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବରେ ନୟାନ୍ତ ହେଲେଣି ପରିବା ଚାଷୀ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନ ମହୁଲଖୋଳି ଗାଁରେ ହାତୀମାନଙ୍କ ଦ୍ୱାରା ବ୍ୟାପକ ଧାନ ଓ ପନି ପରିବା ଫସଲ ନଷ୍ଟ ହୋଇଛି । ପରିବା କ୍ଷେତରେ ହାତୀପଲ ପଶି ଦଳିଚକଟି ଫସଲ ନଷ୍ଟ କରିଛନ୍ତି । ପରିବା ଅମଳ ବାହାରିବା ବେଳେ ଏବେ ୫ରୁ ୧୦ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଚାଷୀ ସର୍ବଶାନ୍ତ ହୋଇ ପଡିଛନ୍ତି ।

ଅନ୍ୟପଟେ ଏଯାଏ ଗାଁରେ ବନବିଭାଗ ପହଞ୍ଚିନାହିଁ । ତେଣୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ହାତୀପଲ ଗତ ରାତିରେ ଚାଷୀ ଅଖିଳ ମହାଭୋଇ ଦୁଇ ଏକର ପରିବା ଜମିରେ ପଶି ଦଳି ଚକଟି ଟମାଟୋ, କାକୁଡି ମୂଳା , ଭଳି କଞ୍ଚା ପନିପରିବା ସବୁ ନଷ୍ଟ କରିଦେଇଛନ୍ତି। ଚାଷୀ ଏବେ ଚିନ୍ତାରେ କପିଳାସ ବନବିଭାଗ ନିକଟରେ ହାତୀ ଘଉଡେଇବା ପାଇଁ ଉଚିତ ପଦକ୍ଷପ ନେବା ସହ କ୍ଷତି ପୂରଣଦେବାକୁ ଦାବି କରିଛନ୍ତି।

new life
You might also like
error: Content is protected !!