ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଥରଖମ୍ବ ଛକ ନିକରରେ ମହିଳାଙ୍କ ରାସ୍ତାରୋକ ।
ସୂଚନା ଅନୁଯାଇ ଆଜିକୁ ଦୀର୍ଘବର୍ଷ ଧରି ପଥରଖମ୍ବ ହରିଜନ ସାହି ରେ ଜଳସଙ୍କଟ ଦେଖାଦେଇଛି ତେବେ ଏନେଇ ସରପଞ୍ଚ, ବିଡ଼ିଓ ଓ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଇବା ପାଣିର ସମାଧାନ ହୋଇପାରି ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଯାହା ଫଳରେ ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି, ଅନ୍ୟପଟେ ଏହାର ସ୍ଥାୟୀ ସମାଧାନ କରାନଗଲେ ଅବରୋଧ ଜାରି ରହିବ ବୋଲି କହିଛନ୍ତି ସ୍ଥାନୀୟ ମହିଳା ।