News
WhatsApp Image 2023-10-04 at 17.25.00
samparksetu

ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଦେଉଳସାହି ନେତାଜୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷର ନେତାଜୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ଉଦ୍‌ଘାଟନ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।

ଉଦଘାଟନ ମ୍ୟାଚ୍ ନିମିଚିରା କ୍ରିକେଟ୍ ଦଳ ଓ ଆଛନ୍ଦ କ୍ରିକେଟ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିମିଚିରା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୯ ରନ୍ କରିବାରେ ସକ୍ଷମ ହୋଇଥିଲା। ଆଛନ୍ଦ କ୍ରିକେଟ୍ ଦଳ ୧୮୦ ରନ୍ ର ବିଶାଳ ସ୍କୋର୍ କୁ ପିଛା କରି ୧୬୫ରନ୍ କରିବାରେ ସକ୍ଷମ ହୋଇଥିଲା। ନିମିଚିରା ମ୍ୟାଚ୍ ରେ ୧୪ରନ୍ ରେ ବିଜୟ ଲାଭ କରିଥିଲା। ସେହିପରି ଦ୍ବିତୀୟ ଲିଗ୍ ମ୍ୟାଚ୍ ରେ ବଜରଙ୍ଗ କ୍ଳବ ଓ ସପ୍ତଶଯ୍ୟା କ୍ରିକେଟ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବଜରଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ୧୧୭ ରନ୍ କରିଥିଲା ।୧୧୮ ରନ୍ ର ବିଜୟ ଲକ୍ଷ କୁ ଆଖି ଆଗରେ ରଖି ସପ୍ତଶଯ୍ୟା କ୍ରିକେଟ୍ ଦଳ ୧୧୦ ରନ୍ କରିବାରେ ସକ୍ଷମ ହୋଇଥିଲା। ସପ୍ତଶଯ୍ୟା କ୍ରିକେଟ୍ ଦଳ ମ୍ୟାଚ୍ ରେ ୭ ରନ୍ ରେ ବିଜୟ ଲାଭ କରିଥିଲା।

new life
You might also like
error: Content is protected !!