News
WhatsApp Image 2023-10-04 at 17.25.00
samparksetu

ଆସିଲା ନୂଆ ଗାଇଡଲାଇନ, ଢେଙ୍କାନାଳ ଜିଲ୍ଲାରେ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର, ଖୋଲିବ ଜିମ୍ ଓ ପାର୍ଲର

ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ । କଟକଣା ଭିତରେ ସମଗ୍ର ରାଜ୍ୟରେ ପାର୍ଲର, ସେଲୁନ, ବିୟୁଟି ପାର୍ଲର କାଲିଠୁ ଖୋଲା, ସମସ୍ତ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । କାଟେଗୋରୀ ‘A’ରେ ଥିବା ୨୦ ଜିଲ୍ଲା : ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ।

ସେହିଭଳି ବାକି ୧୦ ଜିଲ୍ଲାକୁ କାଟେଗୋରୀ ‘B’ରେ ରଖାଯାଇଛି । ଏହି ୧୦ ଜିଲ୍ଲାରେ କଟକଣା ସାମାନ୍ୟ କୋହଲ କରାଯାଇଛି । ୧୦ ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ।

କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିବ, ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ।

କାଟେଗୋରୀ ବିରେ ସପ୍ତାହରେ ୫ ଦିନ ଖୋଲିବ ଦୋକାନ ବଜାର, ନାଇଟ କର୍ଫ୍ୟୁ ବଳବତ୍ତର ରହିବ ଏବଂ ସପ୍ତାହାନ୍ତ ସଟଡାଉନ ଜାରି ରହିବ । କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ।

ସମଗ୍ର ରାଜ୍ୟରେ ଚାଲିବ ବସ୍ , ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ । କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ । ଏପରିକି ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ ।

ଆଉଟଡୋର ସୁଟିଂକୁ ମଧ୍ୟ ମିଳିଲା ଅନୁମତି । ଅନ୍ୟପଟେ ପାର୍କ, ମଲ, ସିନେମା ହଲ, ବାର୍ , ସ୍କୁଲ, କୋଚିଂ ସେଣ୍ଟରବନ୍ଦ ରହିବ । ପୂର୍ବପରି ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେଇପାରିବେ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ ।

new life
You might also like
error: Content is protected !!