News
WhatsApp Image 2023-10-04 at 17.25.00
samparksetu

ନିୟୁ ଇଅର ସେ ଫୋନ କଲ

ଡାଇନିଂ ହଲ ପାର୍ଶ୍ୱରେ ଟି ପଏ ଉପରେ ଫୋନଟା ବାରମ୍ବାର ରିଙ୍ଗ ହୋଇ ବନ୍ଦ ହେଲା କିନ୍ତୁ କଲଟିକୁ କେହି ବି ଉଠେଇବାର ଆଭାସ ନଥିଲା । କିନ୍ତୁ ସ୍ୱପ୍ନାର କାନରେ ରିଙ୍ଗ ହବାର ଶବ୍ଦ ବାଜିଥିଲେ ମଧ୍ୟ କଲ ରିସିଭ କରିବାର ସତସହାସ ନଥିଲା ।ଯଦିଓ ଥରେ ଦୁଇଥର ବିଛଣା ଛାଡି ଉଠି ଆସିଛି ହେଲେ ଫୋନ ପାଖରେ ପହଂଚି ପାରିନି  ବାପାଙ୍କ ଦାଗିଦ ପାଇଁ ।ସବୁ ଥର ଭଳି ଫେରିଯିବାକୁ ହେଇଛି ।ଆଉ ମୁହଁ ଘୋଡାଇ ଶୋଇପଡିଛି ସତ ,ହେଲେ ଲାଗୁଛି ଯେମିତି ବାରମ୍ବାର ସେଇ ଫୋନ କଲ ର ଶବ୍ଦ ତା କାନରେ ବାଜୁଛି ଯାହା ସ୍ୱପ୍ନାକୁ ବିଚଳିତ କରୁଥିଲା ।

ଏଥର ଆଉ କାନ ଦିଟା ସହିପାରିଲାନି କବାଟ ଖୋଲି ଏକ ସାହସ ବାନ୍ଧି ପାଦ ଚିପି ଚିପି ଧୀରେ ଧୀରେ ଫୋନ ପାଖରେ ପହଂଚି ଗଲା ସତେ ଯେମିତି ଏକ ନିବିଡ଼ ସମ୍ପର୍କ ସେ ଫୋନ କଲ ସହିତ ।ଭୟରେ ହେଉ ପଛେ ଆଜି ସେ କଲ ନିଶ୍ଚୟ ଉଠେଇବ ।ଫୋନ ଧରି  କଲ ଲିଷ୍ଟ ଚେକ କରିବା ଭିତରେ ଏକ ଅଜଣା ଛନକା ପଶି ଯାଇ ଗୋଟା ଦେହ ଥରିବାକୁ ଲାଗିଲା କିନ୍ତୁ କେବଳ ଗୋଟିଏ ମିସେଡ଼ କଲ ଥିଲା ସ୍ୱପ୍ନାର ଦୂର ସମ୍ପର୍କୀୟ  ରମେଶ ଅଙ୍କଲ ଙ୍କର ।ଫୋନ ଟିକୁ ଉଦାସ ମନରେ ପୁଣି ସେଇ ଟିପଏ ଉପରେ ରଖିଦେଇ ଚୁପ ଚାପ ଚାଦରରେ ମୁହଁ ଘୋଡାଇ ଶୋଇବାକୁ ଚେଷ୍ଟା କରୁଥାଏ ହେଲେ ସୋଇ ପାରିନି ଅତୀତର ସେ କଥା ପାଇଁ ।

କେତେ ସୁନ୍ଦର ଥିଲା ସେ ଦିନ ଗୁଡିକ ଅବିନାଶ ସହ ପ୍ରଥମ ଥର ନିୟୁ ଇଅର କଲେଜ ଆନୁଆଲ ଫଁକ୍ସନ ରେ ଦେଖା ହେଇଥିଲା  ।  ସେ ଆମ କଲେଜରେ ପଢୁ ନଥିଲେ ବି ଜଣେ ଭଲ ମେଧାବୀ ଆଉ ଜଣେ ଭଲ ବକ୍ତା ହିସାବରେ ଅଞ୍ଚଳରେ ବହୁତ ଜଣା ଶୁଣା ।ଏମିତି ସାଧାରଣ କେହି ପଢ଼ା ସମୟ ଭିତରେ  ଅତିଥି ରୁପେ ନିମନ୍ତ୍ରିତ ହୋଇ ନଥାନ୍ତି କିନ୍ତୁ ଅବିନାଶ କୁ ନିମନ୍ତ୍ରିତ କରାଯାଇଥିଲା ।ଜଣେ ବିଜ୍ଞାନ ଛାତ୍ର ହେଲେ ବି ଭାଷଣ ଦେବା ଓ ଅନ୍ୟର ସମସ୍ୟାର ସମାଧନ କରିବାର କୌଶଳ ଭଲ ଭାବରେ ଜାଣନ୍ତି ।

ସେ ମୋ ଠାରୁ ଦୁଇ ବର୍ଷରେ ବଡ଼ । ତାଙ୍କର ମୋଟିଭେସ୍ନାଲ ସ୍ପିଚ ରେ କେହି ବି ଦିୱାନି ହେଇଯିବାର ବିଶେଷ ସୁଯୋଗ ଥିଲା ।ମୁଁ ବି କେମିତି ସେଥିରୁ ବାଦ ପଡ଼ିଥାନ୍ତି ।ଅଜାଣତେ ଗୋଟିଏ ଛୋଟ ଦୁର୍ବଳତା ତାଙ୍କ ପାଇଁ ମୋ ମନରେ ଆସିଥିଲା ।ଇଛା ହେଉଥିଲା ଗୋଟିଏ ସେଲ୍ଫି ତାଙ୍କ ସହ ନେବାକୁ । ହେଲେ ଗହଳି ଭିତରେ ବହୁତ ପଛରେ ରହିଯାଇଥିଲି । ସେଇ ଦିନ ଗଲାପରେ  ଘରେ ବହୁତ ମନ ଦୁଖ ହେଲା ,ବାରମ୍ବାର ତାଙ୍କ କଥା କହିବାର ଶୈଳୀ ମୋତେ ଅସ୍ତବ୍ୟସ୍ତ କରୁଥାଏ । କିଛି ବି ଅଲଗା ଭାବି ସେଇ ଫଁକ୍ସନ କଥା ଭୁଲି ଯିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେଉଥାଏ ।

ୟା ଭିତରେ ଦୁଇ ମାସ ବିତି ଯାଇଥିଲା ,,ସେତେ ବେଶୀ ଭାବନା ମନକୁ ନଆଣି ପୁଣି ପାଠ ପଢ଼ାରେ ବ୍ୟସ୍ତ ରହିଗଲି ଯେହେତୁ ପରୀକ୍ଷା ପାଖେଇ ଆସିଥିଲା । ପରୀକ୍ଷା ସରିଲା ପରେ ବାପାଙ୍କ ସହ ଭୁବନେଶ୍ୱର ଯାଇଥିଲି। ସେଇଠି କିଛି ଜାଗା ବୁଲା ବୁଲି ସରିଲା ପରେ ବାପା କହିଲେ ରମେଶ ଅଙ୍କଲଙ୍କ ଘର ଆଡ଼େ ବୁଲି ଯିବାକୁ ।ରମେଶ ଅଙ୍କଲଙ୍କ ଘରେ ପହଁଚିଲା ବେଳକୁ ସଂଧ୍ୟା ହୋଇଯାଇଥିଲା ଆଣ୍ଟି ବାଧ୍ୟ କରି ସେଇ ଦିନ ତାଙ୍କ ଘରେ ରଖେଇଲେ । ମୁଁ କିନ୍ତୁ ଭାରି ବୋର ହେଉଥାଏ  ସେତିକି ବେଳେ ଆଣ୍ଟି ବାପାଙ୍କୁ କହିଲେ ତୁମେ ଦୁଇ ସାଙ୍ଗ କଥା ହେଉଥାଅ ମୁ ଆଉ ସ୍ୱପ୍ନା ଟିକେ  ୧ନମ୍ୱର ମାର୍କେଟ ଯାଇ ଆସୁଛୁ ।ମୁ ଭାବିଲି ଯାହା ହେଉ ଗୋଟେ ରାଉଣ୍ଡ ଆଣ୍ଟିଙ୍କ ସହ ମାରିଦେଲେ ସମୟ ଚାଲିଯିବ ଆଉ ଆସିକି ଖାଇ ସୋଇପଡ଼ିବି ପୁରା ସକାଳ ।

ଏହା ଭାବି ଆମେ ମାର୍କେଟ ବାହାରି ଗଲୁ । ଆଣ୍ଟି ମୋ ପାଇଁ ଗୋଟେ ଡ୍ରେସ ବାଛିବାକୁ କହିଲେ ମୁଁ ମନା କରିବା ସ୍ୱତେ କିଣିଲେ । କିଛି ଗୋଟେ ସାଉଣ୍ଡ ବାଜୁଥିବାର କାରଣ ଶୁଣି କଣ ହେଉଛି କି ଏଇ ପାଖରେ ?ଆଣ୍ଟି କୁ ପଚାରିବାରୁ ଆଣ୍ଟି କହିଲେ ଗୋଟେ ପ୍ରେସର ସିଲଭର ଜୁବଲି ପ୍ରୋଗ୍ରାମ ଚାଲିଛି । କିଛି ସମୟ ପରେ ଫେରିଲା ବେଳେ କିଛି ଚିହ୍ନା ସ୍ୱର ମୋ କାନରେ ବାଜିଲା ଅବିନାଶଙ୍କ ସ୍ଵର ଭଳି ଲାଗିଲା । ପାଦ ଦିଟା ଅଟକିଗଲା ।ଆଉ କିଛି ଶବ୍ଦ ଶୁଣିବା ପରେ ପୁଣି ଅନ୍ତର ଭିତରରେ ଏକ ଶୀତଳ ଲହଡି ମାଡି ମନକୁ ଓଦା କରିଦେଲା । ଚେଷ୍ଟା କରି ଅଣ୍ଟିକୁ କହିଲି ଆଣ୍ଟି ଆମେ ଟିକେ ଦେଖି ପରିବା ପ୍ରୋଗ୍ରାମ ? ଆଣ୍ଟି କହିଲେ ନା ମାମା ଲେଟ ହେଇଯିବ ମୁଁ ବାଧ୍ୟ କରିବାରୁ କହିଲେ ହଉ ମାତ୍ର ଦଶ ମିନିଟ ଦେଖି ଫେରିବା ।

ଷ୍ଟେଜ ଟା ବହୁତ ଦୂରରୁ ସ୍ପଷ୍ଟ ଦେଖା ନଗଲେ ବି ଚିହ୍ନା ସ୍ୱର ହିଁ ଅବିନାଶଙ୍କର ବୋଲି ସନ୍ଦେହ ଦୂର ହେଲା ମନଟା ଆହୁରି ଅଧିକରୁ ଅଧିକ ବିଚଳିତ ଲାଗିଲା ,କାହିଁକି ନା ମନ ଭିତରେ ଶୋଇ ଯାଇଥିବା ସୁପ୍ତ ଭାବନା ଜାଗ୍ରତ ହେବା ଭଳି ଅନୁଭବ ହେଲା କଲେଜ ଫଁକ୍ସନ ଠାରୁ ଆଜି ଦିନର ଭାବନା ଭିତରେ ଗୋଟେ କମାଗ୍ରତ ଅବିବୃଦ୍ଧି ହେଲା ଭଳି ମନେ ହେଲା । ବେଶି କଷ୍ଟ ଲାଗୁଥିଲା, ସେଦିନ ଷ୍ଟେଜ ସମ୍ନାରେ ନଥିଲି ଆଜି ଷ୍ଟେଜ ପଛରେ ।

ମନର ବିଚଳିତ ଆବେଗ ନେଇ ଘରକୁ ଫେରିଲୁ । ଖାଇ ସାରି ଆଣ୍ଟିଙ୍କ ସହ ଶୋଇଲା ବେଳେ ଆଣ୍ଟି ପଚାରିଲେ ଯେଉଁ ପିଲାଟି ସ୍ପିଚ ଦେଉଥିଲା ସେ ତୁମ ଭଳି ଗୋଟେ କେଲେଜର ଛାତ୍ର ବୋଲି ପରିଚୟ ଦେଉଥିଲା ,ହେଲେ ଦେଖିଲୁ ସ୍ୱପ୍ନା କେତେ ପରିପକ୍ଵ ଆଉ ଅଭିଜ୍ଞତା ସମ୍ପର୍ଣ୍ଣ ଛାତ୍ର ଏମାନଙ୍କ ପାଇଁ ଆମେ ଓଡ଼ିଆ ବୋଲି ଗର୍ବ କରୁ ଅଳ୍ପ ବୟସ ହେଲେ ଢେର ଜ୍ଞାନର ପାଣ୍ଡିତ୍ୟ ବହନ କରିଛି ସେ ହଉ ରାତି ବହୁତ ହେଲାଣି ଶୋଇପଡ କହି ଆଣ୍ଟି ବେଡ଼ ଲାଇଟ ଅଫ କରିବା ପରେ ମୁଁ ଟିକେ ଭିତରୁ ମୁରୁକି ହସିଲି ।

ଅବିନାଶ ପ୍ରତି ଥିବା ଦୁର୍ବଳତା ପ୍ରତିକ୍ରିୟା ସୃଷ୍ଟି କରି ଏକ ନୂତନ ଭାବନା ସୃଷ୍ଟି କରିସାରିଥିଲା, ତାହା ପ୍ରେମ । ପ୍ରଥମ ଥର ମନ ଏମିତି ଏକ ନୂଆ ଦୁନିଆରେ  ପାଦ ଥାପି ସାରିଥିଲି ଫେରିବାକୁ ଇଛା ନଥିଲା ସବୁ ସମୟ ମଳୟର ମତୁଆଲା ନିଶାରେ ପାଗଳ ହେଇଗଲି ।କୁହାଯାଏ ପ୍ରେମ ହେବାକୁ ଗୋଟିଏ ନଜର କାଫି । ଆଉ ମୋ ସହ ସେମିତି ହେଲା ବୋଲି ଭାବୁଥିଲି ଯାହା ବି ହେଉ ଅପୁର୍ବ ସିହରଣ ମନ କୁ ପାଗେଳି କରିଦେଲା ।ପର ଦିନ ଘରକୁ ଫେରିଲା ପରେ ଘରେ ଠିକ ସେଇ ପ୍ରତିକ୍ରିୟା ଉଜ୍ଜୀବିତ ଥିଲା ଭୁଲିବାର ପ୍ରଶ୍ନ ହିଁ ନଥିଲା । ବାପାଙ୍କ ଫୋନ ଧରିବାକୁ ଡର ଲାଗେ ।

ତଥାପି ବାପା ବାଥରୁମ ଗଲା ପରେ ୟୁଟୁବ ରେ ତାଙ୍କୁ ସର୍ଚ୍ଚ କରି କେତେଟା ପ୍ରୋଗ୍ରାମ ପାଇଥିଲି ।ହେଲେ ଆଉ ବିଶେଷ କିଛି ତଥ୍ୟ ମିଳି ପାରି ନଥିଲା । ଏହା ପରେ ପରେ ଖରା ଛୁଟି ହୋଇଗଲା ପ୍ରାୟ ଦେଢ଼ ମାସ କେବଳ ଘରେ ବସି ତାଙ୍କ କଥା ଭାବେ । କଲେଜ ଖୋଲିଲା ପରେ କଲେଜ ରେ ପଢ଼ା ପଢି ସହ ତାଙ୍କୁ ଦେଖିବାର ଆଗ୍ରହ ମନ ଭିତରେ ରହିଥାଏ  ଏମିତି ଦିନେ ବଟନି ମାଡମଙ୍କ ସହ କଥା ହେଲା ଭିତରେ ଅବିନାଶଙ୍କ ବିଷୟରେ ପଚାରିବାରୁ ସେ କହିଲେ ସେ ଏବେ ଭୁବନେଶ୍ୱର ରେ କିଛି ପ୍ରୋଜେକ୍ଟ ରେ ଅଛି ।

ମୁଁ କିନ୍ତୁ କଥା ବାହାନାରେ  କହିଲି ସେ ଏଥର ଫଁକ୍ସନ ରେ କଣ ଗେଷ୍ଟ ହେବେ କି ମ୍ୟାମ । ମାଡମ କହିଲେ ସେ ଏଥର ଆସିବେ କିନ୍ତୁ ଡିସେମ୍ବର ରେ ଫଁକ୍ସନ ହେଲେ ଆସିବେ ଜାନୁଆରୀ ରେ ତାଙ୍କର ଆଉ କେଉଁଠି ପ୍ରୋଗ୍ରାମ ଅଛି ବୋଲି ପ୍ରିନ୍ସପାଲ କହୁଥିଲେ । ଏତିକି କଥାରେ ମୋ ଖୁସି କହିଲେ ନସରେ ସେ ଜାନୁଆରୀ ହେଉ ଡିସେମ୍ବର ହେଉ ମୋର କଣ ଯାଏ ଆସେ ।ଦେଖା କରି ଫୋନ ନମ୍ବର ଆଣିବା ଟା ଫାଇନାଲ୍ ଡିସେମ୍ବର ଲାଷ୍ଟ ସପ୍ତାହରେ ଆମର ଫଁକ୍ସନ ହେଲା ।  ସେଦିନ ସେ ଆସିବା ପୂର୍ବରୁ ମୁଁ ପୁରା ମଞ୍ଚ ସମ୍ନାରେ ବସିଲି ସାଙ୍ଗ ଦୁଇ ଜଣଙ୍କୁ ବାହାନା କରି ପାଖରେ ବସେଇଲି ।ହେଲେ  ଶୁଣିବାକୁ ପାଇଲୁ ସେ କୁଆଡେ ଆଗ ଅଫିସ ଯିବେ ତା ପରେ ଷ୍ଟେଜ କୁ ଯିବେ । ତ ମୁଁ ଅଫିସ ସମ୍ନାରେ ଛିଡା ହେଲି ଦେଖିଲି କିଛି ପ୍ରଥମ ବର୍ଷ ଛାତ୍ରୀ ଚା ଦେବା ପାଇଁ ତାଙ୍କ ପାଖକୁ ଯିବାକୁ ବାହାରିଛନ୍ତି ତ ମୁଁ ବାହାନା କରି ଚା ନେଇକି ଗଲି କେବଳ ଅତି ପାଖରୁ ଦେଖିବି ହେଲେ ଦେହ ହାତ ସବୁ ଥରୁଥିଲା ।

ବହୁତ ସାହସ କରି ନେଇକି ଦେଲି । ଚା ପିଇ ସାରି କହିଲେ
ଚା ଟା ବହୁତ ଭଲ ଲାଗିଲା ତୁମ ପରି । ଆଉ ବହୁତ ସୁନ୍ଦର ତୁମେ । ଭଲ ପଢ଼ ଆଉ ସୁନ୍ଦର ରେଜଲ୍ଟ କର । ଲାଜେଇ ଗଲି ମୁଁ ।ଏହା ପରେ ଷ୍ଟେଜ ଯିବାକୁ ବାହାରିଲେ ତ ମୁ ସଙ୍ଗେ ସଙ୍ଗେ କହିଲି ସାର ଯଦି କିଛି ଖରାପ ନଭାବିବେ ଗୋଟେ କଥା ପଚାରିଥାନ୍ତି ? ହଁ ,ପଚାର  ସାର ଆପଣଙ୍କ ସବୁ କଥା ମୋତେ ବହୁତ ଭଲ ଲାଗେ ।ସବୁ ପ୍ରୋଗ୍ରାମ ମୁଁ ଦେଖେ ଆପଣଙ୍କର ଓଃ ଭେରୀ ନାଇସ  ସାର ଅପଣଙ୍କ ନମ୍ବର ମାନେ ଫୋନ ନମ୍ବର ଟିକେ ଦେଇ ପାରିବେ । କିଛି କାମ ଥିଲା ? ଆଛା ତୁମ ନାଁ ତ କହିନ ? ମୋ ନାଁ ସ୍ୱପ୍ନା ସାର । ଓଃ ସ୍ୱପ୍ନା ଗୁଡ଼ ନେମ ।ଆଛା ତୁମ ନମ୍ବର ଦେଇ ଦିଅ ମୁ ଫ୍ରି ହେଲେ  କଲ କରିବି ।
ନାଇଁ ସାର ମୋର ଫୋନ ନାହିଁ ।

ବାପାଙ୍କ ନମ୍ବର ଅଛି ସେଇଟା ଦେଇ ପାରିବି ହେଲେ ସାର ଆପଣ କେତେବେଳେ କଲ କରିବେ ମୁ କେମିତି ଜାଣିବି ।ଯଦି ଏମିତି ଆଉ କିଏ ରିସିଭ କରିବେ ! ଆଛା ଠିକ ଅଛି ଜରୁରୀ କାମ ଯଦି ଏବେ କହିପାର। ନାହିଁ ସାର ଆପଣ ନିୟୁ ଇଅର ରେ କଲ କରି ପାରିବେ କେତେବେଳେ କୁହ ? ରାତିରେ ,ଆଛା ରାତିରେ କାହିଁକି ବାପା ପାଟି କରିବେ ସାର । ସେ ବହୁତ ରାଗି ତ ,ଆଉ ନିୟୁ ଇଅର ରେ ବାପା ଅଧିକ କ୍ଲଲ ମେସେଜ ପାଇଁ ବାହାରେ ଟିପଏ ରେ ଫୋନ ରଖି ଦିଆନ୍ତି ତା ପରେ ଅବିନାଶ ଅଳ୍ପ ହସି କହିଲେ ଓକେ ଠିକ ଅଛି ।ନିଶ୍ଚୟ କଲ କରିବି ନମ୍ବର ଦିଅ ।

ନିୟୁ ଇଅର ବି ଆସିଲା ହେଲେ ଗୋଟେ ବି କଲ ଅବିନାଶଙ୍କର ନଥିଲା  ରମେଶ ଅଙ୍କଲଙ୍କ ବ୍ୟତୀତ ।ଗୁମ ସୁମ ହୋଇ ରହିଲି ଏନେକ ସମୟ ଭାବନା ଭିତରେ ଆଖି ଦିଟା ବନ୍ଦ ହୋଇଯାଇଥିଲା  ଆଖି ଖୋଲିଲା ପରେ ସକାଳ । ବାପା ସେପଟୁ କହୁଥାନ୍ତି ଆରେ ସ୍ୱପ୍ନା ଦେଖିଲୁ ଫୋନ ରେ ଗୋଟେ ଅଜଣା ନମ୍ବରରୁ ଦୁଇଥର କଲ ଆସିଛି ନା କଣ ।ତୋ ସାଙ୍ଗ କିଏ ହୋଇଥିବ ନା କଣ !ଚମକି ପଡିଲି  ତର ଭରିଆ ଭାବେ ଫୋନ କୁ ନେଇ ଆସି ଦେଖିଲା ବେଳକୁ ଗୋଟିଏ ଅଜଣା ନମ୍ବରରୁ ଦୁଇଟି ମିସ କଲ ଆଉ ଗୋଟିଏ ମେସେଜ ହାଏ ।ସ୍ୱପ୍ନା  ଉଇସ ୟୁ ଏ ଗ୍ରେଟ ହାପି ନିୟୁ ଇଅର । ସି ୟୁ ଅନ  ନେକ୍ସଟ ନିୟୁ ଇଅର  ଧଡ଼ କିନା ବସି ପଡ଼ିଲି ସୋଫା ଉପରେ । ଆଖି ଟିକେ ଲାଗି ଗଲା ବୋଲି ଅବିନାଶଙ୍କ ମିସ କଲ ହେଇଗଲା ।ବହୁତ କଷ୍ଟ ଲାଗିଲା  ଆଖି ଦୁଇଟା ଛଳ ଛଳ ହୋଇଗଲା । ପୁଣି ଆଉ ଗୋଟେ ନୂଆଁ ବର୍ଷକୁ ଅପେକ୍ଷା ର କଥା ଭାବି କାନ୍ଦିବାକୁ ଲାଗିଲି ।

✍️ ଅଜିତ କୁମାର୍ ଦାସ

new life
You might also like
error: Content is protected !!