News
WhatsApp Image 2023-10-04 at 17.25.00
samparksetu

ରାଜପଥ ରେ ବିପଦ ସାଜିଛି ଦଶଫୁଟର ଖାଲ, ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଙ୍କ ଦାବି

କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ର ବସଷ୍ଟାଣ୍ଡ ନିକଟରେ ଏକ ଦଶ ଫୁଟ ବିରାଟ ଖାଲ ସୃଷ୍ଟି ହୋଇଛି l ଫଳରେ ଯାନବାହାନ ଯାତାୟତ ସହ ସାଧାରଣ ଲୋକ ମାନେ ଯିବା ଆସିବା କରିବାରେ ଅସୁରକ୍ଷିତ ମନେ କରୁଛନ୍ତି l

କାମାକ୍ଷାନଗର ବସଷ୍ଟାଣ୍ଡ ନିକଟରେ ଏହି ଖାଲଟି ହୋଇଥିବା ହେତୁ ବିଭିନ୍ନ ସ୍ଥାନ ରୁ ଆସୁଥିବା ଯାତ୍ରୀ, ବିଶେଷ ଭାବେ ବୃଦ୍ଧ, ବୃଦ୍ଧା ଓ ଛୋଟ ପିଲାମାନେ ଏହି ଖାଲରେ ପଡି ଖଣ୍ଡିଆ ଖାବରା ହେବା ସହ ଆହତ ହେଉଛନ୍ତି l ପାଖରେ ଆଳତୁମା ଉଚ୍ଚ ବିଦ୍ୟାଳୟ ଥିବାରୁ ଅନେକ ଛାତ୍ରଛାତ୍ରୀ ମଧ୍ୟ ରାସ୍ତାରେ ପଡି ଖଣ୍ଡିଆଖାବରା ହେଉଛନ୍ତି l

ବର୍ତ୍ତମାନ ସମୟରେ ଲଘୁଚାପ ପ୍ରଭାବ ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ପୁଣି ଆଉ ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି l ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ତଥା ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ତୁରନ୍ତ ପ୍ରଶାସନ ଏହି ଖାଲକୁ ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି ଜଣାଇଛନ୍ତି l

new life
You might also like
error: Content is protected !!