News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ !

ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୪ ଏପ୍ରିଲ ରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ।

ଫଳରେ ଡ୍ରାଇଭର ଭୁବନ ର ଅରୁଣ ସିଂହ ଗୁରୁତର ଆହାତ ହୋଇଥିବା ବେଳେ ଏକ ଠିକା କମ୍ପାନୀର କର୍ମଚାରୀ ରାଜେଶ ଜେନ୍‌ ଆହାତ ହୋଇଥିଲେ। ଡ୍ରାଇଭର ଅରୁଣ ସିଂହ (୫୩) ଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡ଼ିକାଲ ପଠା ଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।

new life
You might also like
error: Content is protected !!