News
WhatsApp Image 2023-10-04 at 17.25.00
samparksetu

ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ, ଭଗବାନଙ୍କ ଭରଷାରେ ଯାତ୍ରୀ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ଉକ୍ତ ବୈଠକରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନଙ୍କୁ ଅଧିକ ଗୁରୁତ୍ୱ ଦେବ ପାଇଁ କହିଥିଲେ ।

ତେବେ ଏଭଳି ବୈଠକ ଏବେ ନୁହେଁ ବାରମ୍ବାର ବସୁଥିବା ବେଳେ କୌଣସି ନିଷ୍କର୍ଷ ବାହାରୁ ନାହିଁ । ବିଗତ ଦିନରେ ଏହି ପ୍ରସଙ୍ଗ ନେଇ ଏକାଠି ହୋଉଥିଲା ସାରା ଢେଙ୍କାନାଳ । ଦୀର୍ଘ ୧୨ ଘଣ୍ଟା ଧରି ଅଖଚକ ସବୁ ହୋଇଥିଲା ବନ୍ଦ, ଏନଏଚ ଅଫିସରେ ପକାଇଥିଲେ ତାଲା ସନ୍ଧ୍ୟା ରେ ମିଳିଥିଲା ପ୍ରତିଶୃତି ଖୁବଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ତେବେ ସେହି ପ୍ରତିଶ୍ରୁତି କୁ ମଧ୍ୟ ପୁରିଲାଣି ବର୍ଷେ ଏବଂ ଏହା ମଧ୍ୟରେ ବସିଛି ବାରମ୍ବାର ବୈଠକ ହେଲେ ମଧ୍ୟ ସୁଧୁରିନି ଏନଏଚଏଆଇ ଅଧିକାରୀ ଙ୍କ ବେପାରୁଆ ମନୋବୃତ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ ରେ ମୋଟ ୪୬୧ ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୫ ଜଣ ମୃତ୍ୟୁ ବରଣ ଏବଂ ୩୩୮ ଜଣ ଆଘାତ ପ୍ରାପ୍ତ ହେଇଥିଲେ । ସେହିପରି ଚଳିତ ବର୍ଷ ୨୦୨୩ ରେ ୩୩୭ ଟି ଦୁର୍ଘଟଣା ଘଟିଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ହେଇଛି ଏବଂ ୩୪୭ ଜଣ ଆଘାତ ପ୍ରାପ୍ତ ହେଇଛନ୍ତି । ତେବେ ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଯାତ୍ରୀ ଭଗବାନଙ୍କ ଭରଷାଦେଇ ଯାତାୟାତ କରୁଛନ୍ତି ବୋଲି ଚର୍ଚ୍ଚା ଅନ୍ୟପଟେ ଜନ ପ୍ରତିନିଧି ଏବଂ ଅଧିକାରୀ ଏନେଇ ବାରମ୍ବାର ଏନଏଚଆଇ କର୍ତ୍ତୃପକ୍ଷ ଙ୍କୁ ତାଗିଦ କରିବା ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ଅଗ୍ରଗତି ଦେଖା ଯାଉଥିବାରୁ ଅଧିକାରୀ ଏବଂ ଜନପ୍ରତିନିଧି ଙ୍କୁ ଏନଏଚଆଇ କର୍ତ୍ତୃପକ୍ଷ ଖାତିର କରୁନଥିବା ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଉଭୟଙ୍କ ମଧ୍ୟରେ କେବଳ ବଳି ପଡୁଛି ନିରୀହ ଜୀବନ, ଆଗକୁ ଏହି ଜାତୀୟ ରାଜପଥ କେତେ ଯେ ମୁଣ୍ଡନେବ ତାହା ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!