News
WhatsApp Image 2023-10-04 at 17.25.00
samparksetu

ବେଆଇନ ଭାବରେ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ଅଞ୍ଚଳରେ ବେଆଇନ ଭାବରେ ଖଣିଜ ପଦାର୍ଥ ଉତ୍ତୋଳନ କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନିହଲପ୍ରସାଦରଗୋକୁଳାନନ୍ଦ ସାହୁଙ୍କୁ ଦୁଇ ପୁଅ ଅପୂର୍ବ ସାହୁ ଓ ଅଙ୍କିତ ସାହୁ ଖାତା ନଂ ୧୫୧୩ ଓ ପଟ୍ଲ ନଂ ୨୧୦୧ ପର୍ବତ ଦୁଇ କିସମ ଜମିରୁ ୨୦ଏକର ୯୩ ଡେସିମିଲ ଜମିରୁ ପଥର ଖନନ ନିମନ୍ତେ ଅନୁମତି ପାଇଛନ୍ତି ।

କିନ୍ତୁ ନିଲାମ ଜମିରୁ ପଥର ଖନନ ନକରି ବେଆଇନ ଭାବରେ ନିଲାମ ହୋଇଥିବା ପାହାଡର ଦକ୍ଷିଣ କୋଣରେ ଥିବା ୫ଶହ ମିଟର ଦୂରତାରେ ଥିବା ଖାତା ନଂ ୧୫୧୩ ଏବଂ ପ୍ଲଟ ନଂ ୧୯୪୪ର ୩ଏକର ୪୦ଡେସିମଲି ଜମିରୁ ବେଆଇନ ଭାବରେ କଳା ମୁଗୁନି ପଥର ଉତ୍ତୋଳନ କରି ଚୋରାରେ ବିକ୍ରୟ କରି ମାଲେ ମାଲ ହେଉଛନ୍ତି ।

ସେହି ଜମିରେ ୨୦ଫୁଟ ଗଭୀର ପଥର ଖନନ କରିବା ପରେ ଏକ ବିରାଟ ଜଳାଶୟ ସୃଷ୍ଟି ହୋଇଛି । ପାହାଡ ନିକଟରେ ଥିବା ରାଇସ ମିଲ ଜମିକୁ ଜାଲ ଦସ୍ତଖତ ,ରାଧାରାଣୀ ଧଳ ଓ ସୁମିତ୍ରା ଧଳଙ୍କର ମିଥ୍ୟା ମୃତ୍ୟୁ ପ୍ରମାଣ ପତ୍ର ଦେଖାଇ ବ୍ୟାଙ୍କରୁ ଋଣ ନେଇ ରାଇସ ମିଲ କରିଥିବାର ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗ ଶାସନ ସଚିବଙ୍କୁ ଏସଏମ୦୩୨/୨୦୧୨-୪୩୨୮୯/ଆରଡିଏମ ୨୫.୯. ୨୦୧୨ରେ ହୋଇଥିବା ନିର୍ଦ୍ଦେଶରେ କୌଣସି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଏହାକୁନେଇ ପୂର୍ଵତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହିତ ନିହଲ ପ୍ରସାଦ ଅଞ୍ଚଳର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିଟକରେ ଲିଖତି ଅଭିଯୋଗ କରିଛନ୍ତି । ପୂର୍ବତନ ବିଧାୟକଙ୍କ ଯୁକ୍ତି ଅନୁସାରେ ନିହଲପ୍ରସାଦରେ ଥିବା ଡୁବୁରୀ ପାହାଡରେ ବେଆଇନ ଭାବରେ କଳା ମୁଗୁନି ପଥରକୁ ଖନନ କରାଯାଇ କୋଟି କୋଟି ଟଙ୍କା ହଡପ କରାଯାଉଥିଲେ ମଧ୍ୟ ପ୍ରଶାସନ ଜାଣି ଅଜଣା ହେଉଛି । ଏପରିକି ଗତ ୨୦୦୭ ମସିହାରେ ୧୫ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଥିବା ବେଳେ ତାହା ମଧ୍ୟ ଆଦାୟ ହୋଇନାହିଁ।

new life
You might also like
error: Content is protected !!