News
WhatsApp Image 2023-10-04 at 17.25.00
samparksetu

ପାଣିରେ ବୁଡି ବୃଦ୍ଧା ଙ୍କ ମୃତ୍ୟୁ

ଶୁକ୍ରବାର ଦିନ ପାଣିରେ ବୁଡି ଜଣେ ବୃଦ୍ଧା ଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନା ଅନ୍ତର୍ଗତ କୋକୁଆ ଝର ଗ୍ରାମର ରାମ ମୁଣ୍ଡା ପତ୍ନୀ ରୁପା ମୁଣ୍ଡା ( ୭୦)ଘର ପାଖରେ ଥିବା ଏକ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ , ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି ମଧ୍ୟକୁ ଚାଲିଯାଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ,ଉଦ୍ଧାର କରିବାର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ନିହଲପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକର ଦେହକୁ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ମୃତକର ଶବ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ମେଡିକାଲ କୁ ପଠାଇ ଥିବାର ପୋଲିସ ଠାରୁ ପ୍ରକାଶ ।

new life
You might also like
error: Content is protected !!