News
WhatsApp Image 2023-10-04 at 17.25.00
samparksetu

ଅସ୍ତିତ୍ୱ ଖୋଜୁଛି ସାହିଦ ବାଜି ରାଉତଙ୍କ ଗାଁ ; ଭାଙ୍ଗିଗଲା ସ୍ମୃତିସ୍ତମ୍ଭ ,କୂଳ ଖାଉଛି ବ୍ରାହ୍ମଣୀ

ଭୁବନ ବ୍ଳକ୍ ମହୁଲପାଳ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ସହିଦ ବାଜିରାଉତ ଙ୍କ ଗାଁ ଭାବରେ ପରିଚିତ । ବ୍ରାହ୍ମଣୀ ନଦୀତଟରେ ଗଢି ଉଠିଥିବା ଏହି ଗାଁର ଲୋକସଂଖ୍ୟା ଏବେ ୨ହଜାର ରୁ ଅଧିକ । ୧୯୩୮ ମସିହାରେ ଇଂରେଜ ଙ୍କ ଗୁଳିରେ ବାଜି ରାଉତ ଙ୍କ ସମେତ ୬ଜଣ ଏହି ଗାଁର ସହିଦ ହୋଇଥିଲେ । ଇତି ମଧ୍ୟରେ ୮୪ ବର୍ଷ ବିତିଲାଣି , ସହିଦ ଗାଁକୁ ଯେପରି ସମ୍ମାନ ମିଳିବା କଥା ତାହା ମିଳି ନଥିବାରୁ ବ୍ରାହ୍ମଣୀ ପାଇଁ ନୀଳକଣ୍ଠପୁରର ଅସ୍ତିତ୍ୱ ସଙ୍କଟରେ ପଡିଛି ।

ପ୍ରତିବର୍ଷ ଏଠାରେ କୂଳଖାଉଛି ବ୍ରାହ୍ମଣୀ । ୪୫ବର୍ଷ ପୂର୍ବେ ୧୯୭୭ ମସିହା ବନ୍ୟାରେ ସହିଦ ବାଜି ରାଉତଙ୍କ ପୈତୃକ ଜମି ନଦୀଗର୍ଭରେ ଲୀନ ହୋଇଯାଇଥିଲା । ପରେ ଜୀବନ ଜୀବିକା ପ୍ରତି ବିପଦ ଘଟିବାରୁ ସଗିଦଙ୍କ ପରପିଢ଼ି ୭କିମି ଦୂର ଏକତାଳି ପଞ୍ଚାୟତ ନୟାନୀଳକଣ୍ଠପୁର ଗାଁରେ ରହୁଛନ୍ତି । ବ୍ରାହ୍ମଣୀ ଏବେ ଜନବସତିଠାରୁ ମାତ୍ର ୫୦ ମିଟର ଦୂରରେ ଥିବାବେଳେ ବର୍ଷା ଦିନେ ପାଣି ଗାଁ ଭିତରେ ପଶି ଆସୁଛି ।

ସୁରକ୍ଷା ପାଇଁ ମୃତ୍ତିକା ସଂରକ୍ଷଣ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯାଉଥିବା ବେଳେ ଏହି ଗ୍ରାମ ଉକ୍ତ ଯୋଜନାଠାରୁ ବହୁ ଦୂରରେ । ନଦୀଶଯ୍ୟାରେ କେବଳ ୩ଟି ଗାର୍ଡୱାଲ କରି ବିଭାଗ କାମ ସାରି ଦେଇଛି ।

ଅପରପକ୍ଷେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୦ ଲକ୍ଷ ଟଙ୍କା ବ୍ୟୟରେ ସହିଦଙ୍କ ସ୍ମୃତିସ୍ତମ୍ଭ , ମୁଖ୍ୟ ଫାଟକ ମରାମତି କରାଯାଇଥିଲା ।କିନ୍ତୁ ଏବେ ଏହି ସ୍ମୃତିସ୍ତମ୍ଭ ଭାଙ୍ଗିଯାଇଛି । ପୂର୍ବରୁ ସେଠାରେ ପ୍ରଦର୍ଶିତ ଡଙ୍ଗା ଭାଙ୍ଗିଯାଇଥିଲା , ବନ୍ଧୁକ ଖସିପଡ଼ିଥିଲା । ୬୫ ଲକ୍ଷ ଟଙ୍କା ବ୍ୟୟରେ ସଭାଘର , ଶୌଚାଳ ୟ,ପାନୀୟ ଜଳ , ବିଦ୍ୟୁତ ବ୍ୟବସ୍ଥା କରାଯାଇଛି ।କିନ୍ତୁ ଏହାର ରକ୍ଷଣାବେକ୍ଷଣ ପାଇଁ ୮ଲକ୍ଷ ଟଙ୍କାର ପାଣ୍ଠି ରଖାଯାଇଥିଲେ ମଧ୍ୟ ଉପଯୋଗ କରାଯାଉ ନାହିଁ ।ପାନୀୟ ଜଳ ଟ୍ୟାପ ଅଚଳ ହୋଇପଡିଛି । ସେପଟେ ବୋଟିଂ ପାଇଁ ଖୋଳା ଯାଇଥିବା ପୋଖରୀଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।

ମନରେଗା ଯୋଜନାରେ ପାର୍କ ପୁନରୁଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କାର ଫଳକ ଲାଗିଛି ।ହେଲେ , ପାର୍କ ନିର୍ମାଣ ହୋଇନାହିଁ , ବାଜି ରାଉତ ସ୍ମୃତୁପୀଠକୁ ଯିବାପାଇଁ ନୀଳକଣ୍ଠପୁର ଛକରେ ପୂର୍ତ୍ତ ଓ ପର୍ଯ୍ୟଟନ ଦୁଇଟି ବିଭାଗ ପକ୍ଷରୁ ଦୁଇଟି ଫଳକ ଲଗାଯାଇଛି । ଗୋଟିଏ ଫଳକରେ ୧କିଲୋମିଟେ ଲେଖା ଯାଇଥିବା ବେଳେ ଅନ୍ୟଟିରେ ୫୦୦ ମିଟର ଲେଖାଯାଇଛି ।ଯାହାକି ପର୍ଯ୍ୟଟକଙ୍କୁ ଅସୁବିଧାରେ ପକାଉଛି ।

କେବଳ ଜନ୍ମତିଥି ଏବଂ ପୁର୍ଣ୍ୟତିଥି ବ୍ୟତୀତ ଗାଁ ରେ କେବେ କାହାର ପାଦପଡୁନାହିଁ l ନଦୀ ତଟରେ ପଥର ବନ୍ଧ ନିର୍ମାଣ କରି କିଭଳି ଗାଁ ଓ ଏନ୍ତୁଡ଼ି ଶାଳ ର ସୁରକ୍ଷା ଦେଉଛନ୍ତି ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ରାଜ୍ୟ କେନ୍ଦ୍ର ସରକାର ତାହା ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି ଗାଁ ମୁରବି ରବି ସାହୁ l

୩ ବର୍ଷ ପୂର୍ବେ କେନ୍ଦ୍ର ମନ୍ତ୍ରୀ ଆସିଥିଲେ ଫଳକ ପୋତି ଯାଇଛନ୍ତି ଏନ୍ତୁଡ଼ିଶାଳ ସୁରକ୍ଷା ପାଇଁ କିନ୍ତୁ ନାଁ ଘର ହେଲା ନାଁ ଆଲୁଅ ଜଳିଲା . କେବଳ ଧୂଆଁବାଣ, ସେତୁ ଉପରେ ପୂର୍ତ୍ତବିଭାଗ ଆଲୁଅ ଜାଳୁନି ବୋଲି ଅଭିଯୋଗ କରନ୍ତି ପ୍ରତିମା ସାହୁ l

ଯାହାଙ୍କ ପାଇଁ ଆମେ ଗର୍ବିତ ତାଙ୍କୁ ସଂମାନ ଦେବା ସହ ପୀଠ ର ଉର୍ନତି ପାଇଁ ସବୁ ସ୍ତର ରୁ ପ୍ରଚେଷ୍ଟା ହେବା ଆବଶ୍ୟକ ବୋଲି କୁହନ୍ତି ପରିଷଦ ସଦସ୍ୟ ସନ୍ତୋଷ ମଲ୍ଲିକ l

new life
You might also like
error: Content is protected !!