News
WhatsApp Image 2023-10-04 at 17.25.00
samparksetu

ସହିଦ ବାଜିରାଉତଙ୍କ ଗାଁ ଜମିକୁ ଯିବାକୁ ରାସ୍ତାନାହିଁ; ଚାନ୍ଦାକରି ବାଉଁଶ ପୋଲ ନିର୍ମାଣ କଲେ ଚାଷୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ସହିଦ ବୀର ବାଜିରାଉତଙ୍କ ଗ୍ରାମ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀକୂଳରେ ଜମିକୁ ଯାତାୟତ କରିବା ପାଇଁ ରାସ୍ତାନାହିଁ ।

ଶେଷରେ ଗ୍ରମାବାସୀ ମାନେ ଚାନ୍ଦା କରି ରଙ୍ଗମାଟିଆ ନାଳରେ ନଦୀରେ ବାଉଁଶ ପୋଲି ନିର୍ମାଣ କରିବା ସହିତ ପୂଜାର୍ଚ୍ଚନା ପରେ ପୋଲରେ ନିଜ ନିଜ ଜମିକୁ ଫସଲ ଅମଳ କରିବାକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନୀଳକଣ୍ଠପୁର ଗ୍ରାମ ବ୍ରାହ୍ମଣୀନଦୀ କୂଳରେ ରହିଛି । ଗ୍ରାମରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୧୯୩୮ ମସିହାରେ ବିଟ୍ରିଶ ସେନାର ଗୁଳିରେ ୧୨ ବର୍ଷର ବାଳକ ବାଜି ରାଉତଙ୍କ ସହିତ ଅନ୍ୟ ୬ଜଣ ସହିଦ ହୋଇଥିଲେ ।

ଏହି ଘଟଣାକୁ ୮୪ ବର୍ଷ ବିତିଗଲାଣି । ସହିଦଙ୍କ ଗ୍ରାମକୁ ଯେତିକି ସମ୍ମାନ ମିଳିବାର କଥା ସେତିକି ମିଳୁନଥିବା ବେଳେ ବ୍ରାହ୍ମଣୀ ନଦୀ ପାଇଁ ନୀଳକଣ୍ଠପୁର ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ବାଜି ରାଉତଙ୍କ ପୈତୃକ ଜମି ୪୫ ବର୍ଷ ହେବ ନଦୀ ଗର୍ଭରେ ଚାଲିଯାଇଥିବା ବେଳେ ଜୀବନ ଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଜନବସତି ଠାରୁ ମାତ୍ର ୫୦ ମିଟର ଦୂରରେ ନଦୀ ରହିଥିବା ବେଳେ ପ୍ରତିବର୍ଷ ବର୍ଷା ଋତୁରେ ଗ୍ରାମ ଭିତରକୁ ନଦୀବଢି ହୋଇ ପାଣି ପଶିଆସୁଛି ।

ଗ୍ରାମବାସୀଙ୍କ ପାଇଁ ଚାଷ ଏକ ମାତ୍ର ଭରସା ହୋଇଥିବା ବେଳେ ଜମି ଅଛି କିନ୍ତୁ ଜମିକୁ ଯାତାୟତ କରିବାକୁ ରାସ୍ତା ନାହିଁ । ଜମିକୁ ଯିବା ଆସିବା କରିବା ପାଇଁ ରଙ୍ଗମାଟିଆ ନାଳ ବାଧକ ସାଜିଛି ।ଫଳରେ ଚାଷୀ ମାନେ କୌଣସି ଉପାୟ ନପାଇ ଚାନ୍ଦା ଆଦାୟକରି ନଦୀରେ ବାଉଁଶ ପୋଲ ନିର୍ମାଣ କରିଥିବାର ଜଣାପଡିଛି । ପୋଲକୁ ବାଜିରାଉତଙ୍କ ଦାୟାଦ କୁଳମଣି ରାଉତ ପୂଜାର୍ଚ୍ଚନା କରିବା ପରେଚାଷୀ ମାନେ ପୋଲ ଉପରଦେଇ ଧାନ ଅମଳ କରିବାକୁ ଯାତାୟତ କରୁଛନ୍ତି ।

ଘଟଣା ସମ୍ପର୍କରେ ସରପଞ୍ଚ ଲିପ୍ସାରାଉତ ଅବଗତ ହେବା ପରେ ପୋଲ ସମସ୍ୟା ସମ୍ପର୍କରେ ବ୍ଲକରେ କଥା ଉପସ୍ଥାପନ କରିବାକୁ କହିଛନ୍ତି । ସେହିପରି ବିଡିଓ ସୌରଭ କଲ୍ୟାଣ ଦାସ ଜଳସମ୍ପଦ ତରଫରୁ ସର୍ଭେ କରାଯାଇ ବିଜୁ ସେତୁ ଯୋଜନାରେ ସାମଲି କିରବାକୁ ପ୍ରଶାସନିକ ସ୍ତରରେ ଉପସ୍ଥାପନ କରିବାକୁ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!