ଭୁବନ ଥାନା ଅର୍ନ୍ତଗତ ସହୀଦ ବାଜି ରାଉତଙ୍କ ଗ୍ରାମ ନିଳକଣ୍ଠପୁରରେ ସନ୍ଧ୍ୟା ସମୟରେ ଭାରିଯାନ ଯାତାୟାତ କରିବାରୁ ରାସ୍ତା ଜାମ ହେଉଛି । ତେବେ ଏହି ରାସ୍ତାରେ ଗୁରୁବାର ଦିନ ସନ୍ଧ୍ୟା ରେ ବର୍ତଣ୍ଡାରୁ ଆସୁଥିବା ଏକ ମାଲବାହୀ ଅଟୋ ନିଳକଣ୍ଠପୁର ଉଦ୍ୟାନବିଭାଗର ଜଣେ ମାଳିକୁ ଧକ୍କାଦେବାରୁ ମାଳି କୁନା ମଲ୍ଲିକ ଆହାତ ହୋଇଥିଲେ । ପରେ ସ୍ଥାନୀୟ ଲୋକମାନେ ଅଟୋକୁ ଅଟକ ରଖିଥିଲେ । କୁନା ମଲ୍ଲିକ ଭୁବନ ଡାକ୍ତରଖାନାକୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଯାଇଥିଲା ।
ଅନ୍ୟପଟେ ଭୁବନ ଥାନା ବାରୁଆଁ ପଚାଂୟତର ଡେଙ୍ଗାବାହାଳୀ ଗ୍ରାମରେ ୬ଷ୍ଠ ଶ୍ରେଣୀରେ ପାଠପଢା ସାରି ଘରକୁ ଫେରୁଥିବା ସମୟରେ ଜଣେ ନାବାଳିକା କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ପରେ ନାବାଳିକାଙ୍କ ପରିବାରଲୋକ ତାଙ୍କୁ ପ୍ରଥମେ ଭୁବନ ପରେ ଢେଙ୍କାନାଳ ଓ ଅଧିକ ହେବାରୁ କଟକ ସ୍ଥାନାନ୍ତର କରିଥିବା ଜଣାଇଛନ୍ତିି । ନାବାଳିକା ଜଣକ ହେଉଛନ୍ତି ବ୍ରାହ୍ମାନନ୍ଦ ଦାସଙ୍କ ଝିଅ ସ୍ମୃତିମୟୀ ଦାସ(୧୧) । ତାଙ୍କ ର ଦୁଇ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି ।