News
WhatsApp Image 2023-10-04 at 17.25.00
samparksetu

ନିମବାହାଳି ଛକ ଏଟିଏମ୍ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ହାତରେ !

ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅନ୍ତର୍ଗତ ନିମବାହାଳି ଛକ ଏଟିଏମ୍ ଚୋରି ଘଟଣାରେ ପୋଲିସ ମୁଖ୍ୟ ଅପରାଧୀକୁ ଗିରଫ କରିଛି ।

ଗତ ଡିସେମ୍ବର ୧୪ ତାରିଖ ରାତିରେ ନିମବାହାଳି ଛକ ନିକଟରେ ଥିବା ଏଟିଏମ୍ ଚୋରି ଘଟଣାରେ ପୋଲିସ ବାଲେଶ୍ୱରରୁ ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମରେ ପୂର୍ବରୁ ଭୁବନେଶ୍ୱର, ବାଲେଶ୍ଵର ଓ ଭଦ୍ରକରେ ଏକାଧିକ ମାମଲା ରହିଛି । ଅଭିଯୁକ୍ତ ନିକଟରୁ ପୋଲିସ୍ ୫ ଲକ୍ଷ ୮୨ ହଜାର ଟଙ୍କା, ଛଅ ଟି ମୋବାଇଲ, ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବୋଲି ଢେଙ୍କାନାଳ ଜିଲ୍ଲା ଏସପି କେ ଶିବା ସୁବ୍ରମଣି ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

new life
You might also like
error: Content is protected !!