News
WhatsApp Image 2023-10-04 at 17.25.00
samparksetu

ନିରାମୟ କେନ୍ଦ୍ରରେ ଔଷଧର ଅଭାବ ! ଖାଲି ହାତରେ ଫେରୁଛନ୍ତି ରୋଗୀ

ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ସମ୍ପୂର୍ଣ୍ଣ ନିଶ୍ଚିନ୍ନ ହୋଇ ପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରରୁ ରୋଗୀ ପାଉ ନାହାଁନ୍ତି ଔଷଧ । ପାଗ ପରିବର୍ତ୍ତନ ହେତୁ ଜିଲ୍ଲାରେ ପ୍ରାୟ ଥଣ୍ଡା, କାଶ ରୋଗ ବଢି ଯାଇଥିବାର ଦେଖାଦେଇଛି । ଏଭଳି ସମୟରେ ନିରାମୟ କେନ୍ଦ୍ର ରେ ଏହି ରୋଗ ଜନିତ ମେଡ଼ିସିନ ମିଳୁନଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।


ଜଣେ ରୋଗୀଙ୍କ ସମ୍ପର୍କୀୟ ଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଥଣ୍ଡା ମେଡ଼ିସିନ ମିଳିନଥିଲା । ଏପରିକି ଜନ ଔଷଧି କେନ୍ଦ୍ରରେ ମଧ୍ୟ ଷ୍ଟକ ସାରିଯାଇଥିବା କହିଥିଲେ, ତେବେ ଏହା କେବଳ ଆଜିର କଥା ନୁହେଁ ଗତ କିଛି ମାସ ମଧ୍ୟ ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ନେଇ ମୁଖ୍ୟ ଚିକିତ୍ସାଳୟ କୁ ଆସିଥିବା ବେଳେ ସମାନ ଅବସ୍ଥଥିଲା ତେଣୁ ବାଧ୍ୟ ହୋଇ ବାହାରୁ ମେଡ଼ିସିନ କିଣିଥିଲେ । ହେଲେ ବାହାର ଦୋକାନରୁ କିଣି ମେଡ଼ିସିନ ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ ତେଣୁ ବହୁ ରୋଗୀ ଖାଲି ହାତରେ ଫେରିଯିବା ଦେଖାଦେଇଛି । ତେବେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏନେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ମହଲରେ ଦାବି ଦେଖାଦେଇଛି।

new life
You might also like
error: Content is protected !!