News
WhatsApp Image 2023-10-04 at 17.25.00
samparksetu

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ନୂତନ ସଭ୍ୟଙ୍କ ରାଜ୍ୟସ୍ତରୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗତକାଲି ସନ୍ଧ୍ୟା ୮ଟା ୩୦ ମିନିଟ୍ ସମୟରେ କୋଭିଡ-୧୯ ନିୟମ ଅନୁପାଳନ କରି ଗୁଗଲ ମିଟ୍ ଜରିଆରେ ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ତଥା ପ୍ରତିଷ୍ଠାତା ବଳରାମ ତରାଇଙ୍କ ଆହ୍ବାନ କ୍ରମେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ମାନଙ୍କର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆଜି ଢେଙ୍କାନାଳ ଜିଲ୍ଲା ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ରାଷ୍ଟ୍ରପତି ସ୍କାଉଟ ତଥା ରାଜ୍ୟପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଡା.ଦେବୀପ୍ରସାଦ ମିଶ୍ର,ସୋନପୁର ଜିଲ୍ଲାର ଡଃ ଅନ୍ତର୍ଯ୍ୟାମୀ ତ୍ରିପାଠୀ ଓ ନୂଆଁପାଟଣାର ଛାତ୍ର ସୁଦର୍ଶନ ଗିଲି ପ୍ରମୁଖ ତିନିଜଣ ସାହିତ୍ୟ ସାଧକ ତଥା ସାହିତ୍ୟ ପ୍ରେମୀ ନିଶିଗନ୍ଧା ସାହିତ୍ୟ ସଂସଦ ସହିତ ନିଜକୁ ଯୋଡ଼ିଛନ୍ତି । ତେଣୁ,ସେମାନେ ନିଶିଗନ୍ଧା ପରିବାରର ସମସ୍ତ ନୀତି ନିୟମକୁ ମାନି ବିଧିବଦ୍ଧ ଭାବରେ ନିଷ୍ଠାପର ସହିତ ନିଶିଗନ୍ଧା ରୂପକ ସାହିତ୍ୟ ଆନ୍ଦୋଳନକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଶପଥ ଗ୍ରହଣ କରିଥିଲେ । ଉପସଭାପତି ଆଡ଼ଭୋକେଟ୍ ଡଃ ଚିତ୍ତରଞ୍ଜନ ନନ୍ଦ ଏହି ଶପଥ ପାଠ କରାଇଥିବା ବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବ୍ରହ୍ମନାଦ ଓଁ କାରରୁ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା।ରାଜ୍ୟ କୋର୍ କମିଟିର ନିଷ୍ପତି ତଥା ସମସ୍ତଙ୍କ ସହମତି କ୍ରମେ ରାଷ୍ଟ୍ରପତି ସ୍କାଉଟ,ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଡା.ଦେବୀ ପ୍ରସାଦ ମିଶ୍ରଙ୍କୁ ଅନୁଷ୍ଠାନର ଆଜୀବନ ସଦସ୍ୟ ତଥା ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ,ଡଃ ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କୁ ସହ ସମ୍ପାଦକ ଓ ସୁଦର୍ଶନ ଗିଳିଙ୍କୁ ଏଡ଼ିଟର ବୋର୍ଡର ସଦସ୍ୟ ଭାବରେ ଦାୟିତ୍ଵ ପ୍ରଦତ୍ତ ହୋଇଥିଲା । ନିଶିଗନ୍ଧା ପରିବାର ପକ୍ଷରୁ ଏହି ନୂତନ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ଦାଶ, ଗଣେଶ ଚନ୍ଦ୍ର ଜେନା, ପୁଷ୍ପଲତା ସାହୁ, ଅନୁସୂୟା ଦେବତା,ଭଗବାନ ଓତା,ଜ୍ୟୋତିରଂଜନ ଦାଶ,ନୀଳମଣି ଥାପା,ଜମ୍ବେଶ୍ଵର ଦଳାଇ, ଗୋଦାବରୀ ଦାସ,ବିଶ୍ୱରଂଜନ ପଟ୍ଟନାୟକ, ଦିଭ୍ୟାନସି ମହାପାତ୍ର, ନିରଞ୍ଜନ ମହାପାତ୍ର, କୋମାଲି ପାତ୍ର, ବିଶ୍ୱନାଥ ତ୍ରିପାଠୀ,ଭାଗିରଥୀ ପତି, ଭଗବାନ ଓତା, ଦେବେନ୍ଦ୍ର ନାୟକ,ମୁରାରୀ ପ୍ରସାଦ, ପ୍ରେମାନନ୍ଦ, ରଞ୍ଜନ କୁମାର ପ୍ରମୁଖଙ୍କ ସହ ପ୍ରାୟ ୮୦ ଜଣ ସଦସ୍ୟ ସଦସ୍ୟା ଯୋଗ ଦେଇ ସ୍ଵୀୟ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ନୂତନ ସଭ୍ୟଙ୍କ ରାଜ୍ୟସ୍ତରୀୟ ଶପଥଗ୍ରହଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ରାଜ୍ୟ ବିଚାରକ ଦାୟିତ୍ୱରେ ଥିବା କୈଳାଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!