News
WhatsApp Image 2023-10-04 at 17.25.00
samparksetu

୫୦ ବର୍ଷ ହେଲା କଣ୍ଟାପାଳ ଗାଁ କୁ ନାହିଁ ରାସ୍ତା

କାମାକ୍ଷାନଗର ବ୍ଳକ୍ କଣ୍ଟାପାଳ ଗ୍ରାମପଞ୍ଚାୟତ କଣ୍ଟାପାଳ ଗ୍ରାମର ଶବରସାହି – ପାତୁଆବିଲ ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଗ୍ରାମବାସୀ ଙ୍କର ଯାତାୟତରେ ଅସୁବିଧା ହେଉଛି ।
ଏହି ଗ୍ରାମରେ ପ୍ରାୟ ୭୫ ଟି ପରିବାର ବାସ କରୁଛନ୍ତି । କିନ୍ତୁ ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ବଜେଲ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିଲା ନାହିଁ ।

ବର୍ଷା ଦିନ ଆସିଲେ ମାଟି ରାସ୍ତା କାଦୁଅ ହେଉଛି ଯାତାୟାତ ହୋଇପାରୁନାହିଁ । ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ନିବେଦନ କଲେ ମଧ୍ୟ କେହି ନଶୁଣିବାର ଅଭିଯୋଗ ହେଉଛି । ଏହି ରାସ୍ତା ଟିକୁ ତୁରନ୍ତ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!