News
WhatsApp Image 2023-10-04 at 17.25.00
samparksetu

ଘର ଖଣ୍ଡେ ପାଇଁ ଅସହାୟ ମହିଳା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧ ନୁଆଗାଁ ଦୁର୍ଗାପ୍ରସାଦ ରଗଡା ସାହିର ଜନୈକା ଅସହାୟ ମହିଳା ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପାଳଙ୍କ ଠାରୁ ନିରାସ ହେବା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

ବନ୍ଧନୂଆଗାଁ ଦୁର୍ଗାପ୍ରସାଦ ରଗଡି ସାହିର ବିଧବା ମହିଳା ସରୋଜିନୀ ସାହୁ ଙ୍କ ଅଭିଯୋଗ ଅନୁସାରେ ସେ ଗତ ୨୦୦୧ ମସିହାରେ ସେହି ଗ୍ରାମର ବିଜୟ ବେହେରାଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କସ୍ୱାମୀ ବିଜୟ ରୋଗର ଶିକାର ହୋଇ ଗତ ୨୦୦୪ ମସିହାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଗୋଟିଏ ମାତ୍ର ଝିଅ ସ୍ୱପ୍ନା ବେହେରା ଥିଲା ।

ପରେ ସରୋଜିନୀଙ୍କ ସହତି ସେହି ଗ୍ରାମର ବୁଲୁ ଦୋରା ନାମକ ଜଣେ ବ୍ୟକ୍ତି ସମ୍ପର୍କ ରଖିବା ସହତି ତାଙ୍କର ଆଉ ୨ ଟି ସନ୍ତାନ ପ୍ରୀୟା ବେହେରା ଓ ଜଗଦିଶ ବେହେରା ଜନ୍ମ ନେଇଥିଲେ । କିନ୍ତୁ ବୁଲୁ ପରିବାରକୁ ଛାଡି ଅନ୍ୟତ୍ର ଚାଲିଯାଇଥିଲା । ତିନୋଟି ପିଲାଙ୍କୁ ଧରି ସରୋଜିନୀ ରହୁଥିବା ବେଳେ ସରକାରଙ୍କ ଠାରୁ ଚାଉଳ ସହିତ ମାସିକ ୫ଶହ ଟଙ୍କା ଭତ୍ତା ମିଳୁଛି । ବଡ ଝିଅ ବିଏ ପାସ କରି ଚାକିରୀ ଖୋଜୁଥିବା ବେଳେ ମଝିଆ ଝିଅ ଯୁକ୍ତ ଦୁଇ ଏବଂ ପୁଅ ନବମ ଶ୍ରେଣୀରେ ପାଠ ପଢୁଛି ।

ଗରୀବ ପରିବାରର ଘର ଖଣ୍ଡେ ପାଇଁ ୨୦୦୯ ମସିହାରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯାଇଥିବା ବେଳେ ତାଙ୍କୁ ସବୁଠାରୁ ନିରାସ ହେବାକୁ ପଡଛି । ଗତ ୨୦୨୧-୨୨ରେ ଆବାସଯୋଜନାରେ ନାମ ଥିବାବେଳେ ୨୦୨୨-୨୩ ମସିହାରେ ତାଙ୍କ ନାମକୁ ବାଦ ଦିଆଯାଇଛି ।

ଘଟଣାକୁ ନେଇ ବିଡିଓ ସୁଧିର ନାୟକଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସେ ମହିଳାଙ୍କୁ ଗାଳି ଗୁଲଜ କରିବଆ ସହ ଯାହାକୁ ଭୋଟ ଦେଇଛ ତାକୁ କୁହ ବୋଲି କହିଥିଲେ ।ସବୁଠାରୁ ନିରସ ହେବା ପରେ ସରୋଜିନୀ ଘର ଖଣ୍ଡେ ପାଇଁ ଶେଷରେ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଘଟଣାର ତଦନ୍ତ ସହିତ ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!