News
WhatsApp Image 2023-10-04 at 17.25.00
samparksetu

କାଳବୈଶାଖୀ ତାଣ୍ଡବରେ ଜଣେ ମୃତ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁପାଣି ଗାଁରେ କାଳବୈଶାଖୀ ତାଣ୍ଡବରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ଅଚ୍ୟୁତ ଦିଆଣି (୫୫) ।

ସୂଚନା ଅନୁଯାୟୀ , ସେ ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି ତାଙ୍କ ମୃତଦେହ ଗାଁ ପାଖ ଏକ ଫାର୍ମ ନିକଟରୁ ମିଳିଥିଲା । ତାଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାର ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

କାଳବୈଶାଖୀ ରେ ଫାର୍ମଟି ଭାଙ୍ଗି ଯାଇଥିବା ବେଳେ କିଛି ଲୋକ ଫାର୍ମର କାନ୍ଥ ମାଡ଼ି ବସି ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ମତ ଦେଇଛନ୍ତି। କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି।

new life
You might also like
error: Content is protected !!