News
WhatsApp Image 2023-10-04 at 17.25.00
samparksetu

ବଢୁଛି ହାତୀ ବାରହାଙ୍କ ଉପଦ୍ରବ,କ୍ଷତିଗ୍ରସ୍ତ ଚାଷୀଙ୍କ ଦ୍ୱାରା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଙ୍କ ଉଦଦ୍ରବ ଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି । ଏହାର ପ୍ରତିବାଦରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି ।

ଢେଙ୍କାନାଳ ଜିଲ୍ଳାର ଓଡାପଡା,ବଳରାମପୁର ପଞ୍ଚାୟତ , ଗୁଣୁଦେଇ ପଞ୍ଚାୟତ,ସଦାଶିବ ପୁର,କାଉଁରିଆପାଳ, ରାସାସିଂହ,ବଉଳପୁରୁ, ଗୁଣୁଦେଇ,ପୋଡାପଡା,ବଳରାମପରୁ ,ନୟାଭାଗୀରଥୀପୁର,କୋଟଗରା ଆଦି ପଞ୍ଚାୟତରେ ବଣୁଆ ହାତୀ ମାନଙ୍କ ସହିତ ବାରହା ମାନେ ଧାନ ସହିତ ବିଭିନ୍ନ ଫସଲ ନଷ୍ଟ କରୁଛନ୍ତି ।

ଫଳରେ ଗରୀବ ଚାଷୀ ମାନଙ୍କର କ୍ଷତି ହେଉଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଚାଷୀ ମାନଙ୍କର ଦାବି ଅନୁସାରେ ହାତୀ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଉପଦ୍ରଵ ରୁ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ,ହାତୀମାନଙ୍କ ଉପଦ୍ରବରେ ଚାଷ ନହୋଇ ପଡି ରହିଥିବା ଚାଷ ଜମିର ପୁନରଉଦ୍ଧାର ନିମନ୍ତେ ମନରୋଗା
ଯୋଜନାରେ ଅର୍ଥଯୋଗାଣ,ବିଦ୍ୟୁତ ତାର ଗୁଡିକ ସାଧାରଣ ଉଚ୍ଚତା ଠାରୁ ବହୁ ଉଚ୍ଚତାରେ ଟାଣି ହାତୀମାନଙ୍କୁ ସୁରକ୍ଷା ଦେବା, ସମସ୍ୟା ଗୁଦିକ୍ର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବା ଦାବି କରାଯାଇଛି ।ଏ ସଂକ୍ରାନ୍ତରେ ଏକ ଦାବିପତ୍ର ସଙ୍ଘର ଆବାହକ ଅଶୋକ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଆଲୋଚନା କରାଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି ।

new life
You might also like
error: Content is protected !!