News
WhatsApp Image 2023-10-04 at 17.25.00
samparksetu

ରାଜପଥ ଉପରେ ପଡିଥିବା ମାଟିଗଦା ହେତୁ ଅକାଳରେ ଚାଲିଗଲା ସ୍କୁଟି ଆରୋହିଙ୍କ ଜୀବନ !

ଆଜି ଅପରାହ୍ନ ୫ ଘଟିକା ସମୟରେ ୫୫ ନଂ ଜାତୀୟ ରାଜପଥ କାଉଁରିଆ ପାଳ ଗ୍ରାମ ନିକଟରେରେ ଏକ ସ୍କୁଟି ଆରୋହି ରାଜପଥ ରେ ପଡ଼ିଥିବା ମାଟି ଗଦା ରେ ପଡି ଜଣେ ମହିଳା ଯାତ୍ରୀ ଙ୍କ ଜୀବନ ଚାଲି ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ଆଜି ଅପରାହ୍ନ ଘ ୫ଘଟିକା ସମୟରେ ବ ଅଂରପାଳ ଥାନା ଅନ୍ତର୍ଗତ ଵୁଢାପଙ୍କ ଗ୍ରାମ ର ପ୍ରଶାନ୍ତ କୁମାର ମହାନ୍ତି ଏକ ସ୍କୁଟି ଯୋଗେ ତାଙ୍କ ସ୍ତ୍ରୀ ଲୁସି ମହାନ୍ତି ଓ ୪ଵର୍ଷର ପୁଅ କୁ ବସାଇ ଢେଙ୍କାନାଳ ଆଡ଼କୁ ଯାଉଥିଲେ ।

କାଉଁରିଆ ପାଳ ଗ୍ରମନିକଟ ରାଜପଥରେ ପଡ଼ି ରହିଥିବା ମାଟି ଉପରେ ସ୍କୁଟି ଖସିବାରୁ ରାସ୍ତା ଉପରେ ପଡ଼ି ଯାଇଥିଲେ , ଫଳରେ ପଛରୁ ଆସୁଥିବା ଏକ MH14HG/7019 ନଂ ଟ୍ରକ ଟି ଲୁସି ମହାନ୍ତି ଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା ।

ଟ୍ରକ ଟି ଦୃଘଟଣା ଘଟାଇ ଫେରାର ହୋଇଯାଇଥିଲ। ଉକ୍ତ ଟ୍ରକ କୁ ଝାରଗାଡିଆ ଫାଣ୍ଡି ଅଧିକାରୀ ଜବତ କରିଥିବା ସୂଚନା ମିଳିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକାଦାର ଙ୍କର ବେପରୁଆ ମନମୁଖୀ କାର୍ଯ୍ୟ ଯୋଗୁଁ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଠିକାଦାର ଉପରେ ପ୍ରଶାସନର କୈାଣସି ଅଙ୍କୁଶ ନଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!