ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତ ଖରିଡାଳି ଗ୍ରାମର ଗଜାନନ ନାଏକ ଙ୍କର ଗତ ୫ ବର୍ଷ ହେଲା ମୃତ୍ୟୁ ହୋଇଯାଇଛି । ମାତ୍ର ବିଧବା ପତ୍ନୀ ରସ ନାଏକଙ୍କୁ ଏପର୍ଯ୍ୟନ୍ତ ମିଳିଲାନାହିଁ ବିଧବା ଭତ୍ତା । ଗୋଟିଏ ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ରସ ଙ୍କ ପରିବାର ।
କେବଳ ଚାଉଳ ଗଣ୍ଡାକ ରେ ଚଳୁଚି ସଂସାର ।ରସ ଅନେକ ଥର ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ କହିଛନ୍ତି ଏବଂ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାଁନ୍ତି । ରସଙ୍କୁ ତୁରନ୍ତ ବିଧବା ଭତ୍ତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି ।