News
WhatsApp Image 2023-10-04 at 17.25.00
samparksetu

ତିନି ଝିଅକୁ ନେଇ ଅସହାୟ ପରିବାର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନିମିଧା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ତିନି ଝିଅଙ୍କୁବଅସହାୟ ପରିବାର ଦୁଃଖ କଷ୍ଟରେ ରହୁଥିବାର ଜଣାପଡିଛି । ନିମିଧା ଗ୍ରାମ ଜଗନ୍ନାଥପୁର ଗ୍ରାମର ଉମା
ନାଏକଙ୍କ ସ୍ୱାମୀ ଦୁଃଖବନ୍ଧୁ ନାଏକ ଚାଲିଯିବା ପରେ ଏବେ ତାଙ୍କର ତିନି ଝିଅଙ୍କୁ ନେଇ ରହୁଛନ୍ତି ।

ବଡ ଝିଅକୁ ବିବାହ ଦେଇଥିବାବେଳେ ତାର ସ୍ୱାମୀ ଚାଲିଯିବା ପରେ ସେ ମଧ୍ୟ ମାଆ ନିକଟରେ ଆଶ୍ରୟ ନେଇଛି । ଏବେ ତିନି ଝିଅକୁ ନେଇ ବିଧବା ଉମା କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଭାଙ୍ଗି ପଡିଛନ୍ତି ।

ଝିଅମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଥିବାର ଜଣାପଡିଛି ।ସ୍ୱାମୀ ଚାଲିଯିବାର ୬ ମାସ ବିତିଯାଇଥିବା ବେଳେ ସରକାରଙ୍କ ତରଫରୁ ମାସିକ କେବଳ ୨ କେଜି ଚାଉଳରେ
ପରିବାର କେମିତି ଚଳିବ ବୋଲି ପ୍ରଶ୍ନ ଉଠୁଛି ।

ସରକାରଙ୍କ ତରଫରୁ ଭତ୍ତା ମିଳିବା ତ ଦୂରର କଥା ଅସହାୟ ପରିବାର ନିକଟରେଭଲ ଘର ଖଣ୍ଡେ ନଥିବାର ଜଣାପଡିଛି । ସରକାରଙ୍କ ତରଫରୁ ଘର ସହିତ ଭତ୍ତା ଯୋଗାଇଦେବାକୁ ଦାବୀ ହୋଇଛି ।

new life
You might also like
error: Content is protected !!