News
WhatsApp Image 2023-10-04 at 17.25.00
samparksetu

ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀଙ୍କ ୫୫ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ; ସୁରକ୍ଷା ର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବାଙ୍ଗୁରିସିଂହା ଗାଁରେ ବାରଂ ବାରଂ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଘର ଭାଙ୍ଗିବା ସହ ଚାଷ ଉଜାଡିଦେଉଛନ୍ତି ହାତୀପଲ । ଏହାକୁ ବିରୋଧ କରି ଆଜି ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ ।

ବୁଧବାର ବିଲମ୍ବିତ ରାତିରେ ହାତୀପଲ ଗାଁରେ ପଶି ପାଞ୍ଚୋଟି ଘର ଭାଙ୍ଗି ଦେଇଛନ୍ତି । ଏପରିକି ହାତୀପଲ ଅନେଜ ଲୋକଙ୍କ ବାଡ଼ି ବଗିଚାରେ ପଶି ପରିବ ଚାଷକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।
ଯାହାକୁ ନେଇ ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ବାଙ୍ଗୁରିସିଂହା ଠାରେ ୫୫ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ଦୁଇଘଣ୍ଟା ରୁ ଅଧିକ ସମୟ ଅବରୋଧ କରି ସୁରକ୍ଷା ଓ କ୍ଷତିପୂରଣ ଦାବି କରିଥିଲେ ଗ୍ରାମବାସୀ । ଯାହାଫଳରେ ରାଜପଥରେ ସାଧାରଣ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ ଏବଂ ବନ ବିଭାଗ ପହଂଚି ବୁଝାସୁଝା କରିବାପରେ ରାସ୍ତା ଅବରୋଧରୁ ହଟିଥିଲା ଉକ୍ତ ଅଞ୍ଚଳରେ ଖୁବ ଶୀଘ୍ର ଶୋଲାର ଲାଇଟ ଲଗାଇବାକୁ ପ୍ରତିଶ୍ରୁତି ଦେଇଛି ବନ ବିଭାଗ ।

new life
You might also like
error: Content is protected !!