News
WhatsApp Image 2023-10-04 at 17.25.00
samparksetu

ବୟସର ଅପରାହ୍ନରେ ସତୀ ପୋଥାଳ କିନ୍ତୁ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସସି ଅନ୍ତର୍ଗତ ୮ନମ୍ବର ୱାର୍ଡର ଧନେଶ୍ବର ପୋଥାଳ ଙ୍କ ଧର୍ମପତ୍ନୀ ସତୀ ପୋଥାଳ ବୟସ ତାଙ୍କର ୬୫ ବର୍ଷ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପନିପରିବା ଚାଷ କରି ନିଜେ ଚଳିବା ସହିତ ଭଲ ଦି’ ପଇସା ରୋଜଗାର କରି ଆତ୍ମନିର୍ଭଶୀଳ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।

ଶ୍ରୀମତୀ ସତୀ ପୋଥାଳ ତାଙ୍କର ଦୁଇ ପୁଅଙ୍କ ସହଯୋଗରେ ବୁଦ୍ଧେଶ୍ବର ରୋଡସ୍ଥିତ ନିଜର ୩ ଏକର ଜମିରେ ବାଇଗଣ, କୋବି, ମୂଳା, ମଟର,ଛୁଇଁ, ଶିମ୍ବ, କାକୁଡି, ଶାଗ, ଟମାଟୋ, କଲରା, ଭେଣ୍ଡି ଇତ୍ୟାଦି ଚାଷ କରି ୫ରୁ୬ ଜଣ ଯୁବକଙ୍କୁ ରୋଜଗାରର ପନ୍ଥା ଦେଇଛନ୍ତି।

ବଜାରରେ ମିଳୁଥିବା ସମସ୍ତ ପନିପରିବାରେ ରାସାୟନିକ ସାର କୀଟନାଶକ ଔଷଧ ଓ ହାନିକାରକ ରଙ୍ଗ ମିଶୁଥିବାରୁ ସେ ଜୈବିକ ଖତରେ ପରିବା ଚାଷ କରିବାକୁ ମନ ବଳାଇଥିଲେ, ତାଙ୍କର କ୍ଷୁଦ୍ର ଉଦ୍ୟମ ଆଜି ବାରାଟ ରୂପ ନେଇଛି। ସକାଳୁ ସକାଳୁ ଗ୍ରାହକ ଓ ବେପାରୀ ମାନଙ୍କ ଭିଡ ଲାଗୁଛି।

ଏହା ତାଙ୍କୁ ଆତ୍ମ ସନ୍ତୋଷ ଦେଉଛି ବୋଲି ଶ୍ରୀମତୀ ପୋଥାଳ ମତବ୍ୟକ୍ତ କରିଛନ୍ତି। ଯୁବପିଢି କେବଳ ଚାକିରୀ ଆଶାରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସତୀ ପୋଥାଳଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫାଙ୍କା ପଡିଥିବା ଭୁବନର ବନ୍ଦାଳ, ଗଣ୍ଡଭୁବନ, ସୁଲେଇପାଳ, କୁଦ ପ୍ରଭୃତି ବିସ୍ତୀର୍ଣ୍ଣ ଅଞ୍ଚଳରେ ପରିବା ଚାଷ କରି ଆତ୍ମନିର୍ଭଶୀଳ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

new life
You might also like
error: Content is protected !!