News
WhatsApp Image 2023-10-04 at 17.25.00
samparksetu

ଅନଲାଇନ ଏଜୁକେସନ

ଆମ କାଳ ପାଠ ପଢ଼ା ଶୈଳୀ ଥିଲା
ସତରେ କେତେ ନିଆରା !
ମାଟି ସିଲଟରେ କାଠି ଖଡ଼ି ଧରି
ହଉଥିଲା ଖାଲି ଘୋଷରା !!
ଏବେ ଚାଲୁଅଛି ଅନଲାଇନଶିକ୍ଷା
ଫାଡ଼ିଆ ମୋବାଇଲରେ !
ସାର, ମାଡାମ ଟିଚିଙ୍ଗି ଦିଅନ୍ତି
ପାଶ୍ଚାତ୍ୟ ଦେଶ ଢାଞ୍ଚାରେ !!
ଅନଲାଇନ ପଢ଼ା ବାହାନାରେ
ହ୍ୱାଟ୍ସଅପ ଫେସବୁକରେ
ହେଉଅଛି ଖାଲି ଚାଟିଙ୍ଗି !
ବାପା, ବୋଉ ମା ଡାକଛାଡି
ଆଧୁନିକ ପିଲା ଆମର
ପାପ୍ପା, ମମି କହି କଲିଙ୍ଗି !!
ଆମେ ଭାରି ଖୁସି ପିଲାଏ ଆମର
ଇଙ୍ଗିଲିସି ଖାଲି ଚୋବାନ୍ତି !
ଜାଣିପାରୁନାହୁଁ ଅବସ୍ଥା ଏପରି
ଗୋଡ ତଳୁ ମାଟି ଖସୁଛି !!
ଅନଲାଇନ ଏଜୁକେସନର
ଲକ୍ଷିୟ ଟା ଭାରିଭଲ !
ଅନୁକରଣ କୁ ହନୁକରଣକଲେ
ବାହାରିବ ଶେଷେ ତେଲ !!

କବି – ସୂର୍ଯ୍ୟ ନାୟକ

new life
You might also like
error: Content is protected !!